ଦୁଇ ନାବାଳିକାଙ୍କୁ ଲଜରେ ରଖି ୨ ରାତି ବଳାତ୍କାର, ସ୍କୁଲ ଯିବା ବାଟରେ ଉଠାଇ ନେଇଥିଲେ ଦୁର୍ବୃତ୍ତ

ସୋର (କେନ୍ୟୁଜ): ରାଜଧାନୀ ଭୁବନେଶ୍ଵରରେ ଦୁଇଜଣ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚାଞ୍ଚଲ୍ୟ ଖେଳିଯାଇ ଥିବା ବେଳେ ଏବେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇଦିନ ଧରି ଏକ ଲଜରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦୁଇଦିନ ପରେ ଦୁଇ ନାବାଳିକା ଘରକୁ ଫେରି ସୋର ଥାନାର ଦ୍ଵାରସ୍ଥ ହୋଇଛନ୍ତି।
ଦୁର୍ବୃତ୍ତ ମାନେ ସେମାନଙ୍କୁ ନିଶା ଦେଇ ଲଜରେ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ଅଭିଯୋଗ ଅନୁଯାୟୀ,ଦୁଇ ନାବାଳିକା ଛାତ୍ରୀ ମଙ୍ଗଳବାର ସାଙ୍ଗ ହୋଇ ସ୍କୁଲ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବୋଲେରୋରେ ଆସି ସେମାନଙ୍କୁ ଅଟକାଇଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ରାସ୍ତା କେଉଁଆଡ଼େ ବୋଲି ପଚାରିଥିଲେ। ନାବାଳିକା ଦୁଇ ଜଣ ସାଇକେଲରୁ ଓହ୍ଲାଇ ସେମାନଙ୍କୁ ବାଟ କହିବା ସମୟରେ ସମ୍ପୃକ୍ତ ଦୁର୍ବୃତ୍ତ ମାନେ ସେମାନଙ୍କୁ ଗାଡ଼ି ଭିତରକୁ ଉଠାଇ ନେଇଥିଲେ। ପରେସୋର ଅଞ୍ଚଳର ଏକ ଲଜରେ ରଖି ନିଶା ଦେଇ ଆପତ୍ତିଜନକ କାର୍ଯ୍ୟ କରିଥିଲେ । ଦୁଇ ଦିନ ପରେ ଘରକୁ ଫେରିଲେ ନାବାଳିକା କଥା ଦେଇ ବାରମ୍ବାର ବଳାତ୍କାର କରିଥିଲେ।
ଅନ୍ୟପକ୍ଷରେ ଦୁଇ ନାବାଳିକା ମଙ୍ଗଳବାର ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ସେମାନଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସିଠାରେ ନପାଇବାରୁ ଉଭୟଙ୍କମା’ ଏନେଇ ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେମାନେ ଦର୍ଶାଇଥିଲେ ଯେ ସେମାନଙ୍କ
ଝିଅ ସ୍କୁଲ ଯିବା ବେଳେ ସୁନା ଓ ରୁପା ଅଳଙ୍କାର ପିନ୍ଧି ଯାଇଥିଲେ। ତେଣୁ କେହି ଦୁର୍ବୃତ୍ତ ପ୍ରଲୋଭିତ କରି ସେମାନଙ୍କୁ ନେଇଯାଇଛି । ଉଭୟ ନାବାଳିକାଙ୍କ ଘରକୁ ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ୭୦୬୪୯୮୧୫୧୭ରୁ କଲ ଆସିଥୁଲା ।କଲ୍ କରିଥିବା ବ୍ୟକ୍ତି କହିଥିଲେ ତୁମଝିଅ ତା’ ସାଙ୍ଗ ଘରେ ଅଛି । ପୂଜା ସରିଲାପରେ ସେ ଘରକୁ ଫେରିବ। କିନ୍ତୁ ଏବେ
ଦୁଇ ନାବାଳିକା ଘରକୁ ଫେରିବା ପରେ ସେମାନଙ୍କୁ ବଳାତ୍କାର କରାଯାଇ ଥିବା ଚାଞ୍ଚଲ୍ୟର ବୟାନ ଦେଇଛନ୍ତି। ତେଣୁ ପୁଲିସ ଉଭୟଙ୍କ ଠାରୁ ସମସ୍ତ କଥାବୁଝିବା ସହ ଘଟଣାର ତଦନ୍ତ ଚଳାଇଛି।