ଗହିରମଥା ପାଇଁ ପ୍ରଶାସନର ନାହିଁ ମୁଣ୍ଡବ୍ୟଥା, ବିପଦରେ ଏବେ ବିରଳ ଅଲିଭ ରିଡଲେ

ରାଜନଗର(କେନ୍ୟୁଜ୍): ଅଲିଭ ରିଡେଲ କଇଁଛଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଗହିରମଥା ବେଳାଭୂମି। ପ୍ରତିଦିନ ଶହ ଶହ କଇଁଛ ଏବେ ମରି ପଡୁଛନ୍ତି। ନୋ ଫିସିଙ୍ଗ ଜୋନରେ ବେଆଇନ ମାଛ ମାମରିବାକୁ ବୁଲଛନ୍ତି ଟ୍ରଲର ଆଉ ଏହି ଟ୍ରଲର ଗୁଡିକର ବ୍ଲେଡରେ କଟି ଜୀବନ ହାରୁଛନ୍ତି ଶହ ଶହ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ।
ସାମୁଦ୍ରିକ ଅଭୟାରଣ୍ଯ ଗହିରମଥା ଅଲିଭି ରିଡିଲେ କଇଁଛ ମାନଙ୍କ ଏନ୍ତୁଡିଶାଳ । ଏହି କଇଁଛ ମାନେ ପ୍ରଶାନ୍ତ ମହାସାଗର ରୁ ହଜାର ହଜାର କିମି ସମୁଦ୍ର ନୀଳ ଜଳରାଶିକୁ ଅତିକ୍ରମ କରି ସୁରକ୍ଷିତ ଭାବେ ସାମୁହିକ ଅଣ୍ଡାଦାନ କରିବା ପାଇଁ ଗହିରମଥାକୁ ଆସିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କଟକଣାକୁ ଖାତିର କରୁନାହାନ୍ତି ବେଆଇନ ଟ୍ରଲର ମାନେ ।
ରାଜନଗର ବନବିଭାଗ ଏମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। କିନ୍ତୁ ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ଗହିରମଥାରେ ଟ୍ରଲର ପ୍ରବେଶ କରି ଅବାଧ ଭାବେ ମାଛ ମାରୁଛି। ଯାହାର ଫଳ ସ୍ବରୂପ ଟ୍ରଲର ଗୁଡିକର ବ୍ଲେଡରେ କଟି ଶହ ଶହ କଇଁଛଙ୍କ ମୃତ୍ୟୁ ହେଉଛି । କିଛି କଇଁଛଙ୍କ ମୃତ ଦେହ କୁକୁର ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି କଇଁଛ ମାନଙ୍କ ସୁରକ୍ଷାକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି ।