ପୁଣି ମଞ୍ଜୁଳିକା ହେବେ କି ଅଭିନେତ୍ରୀ ବିଦ୍ୟା ବାଲାନ, ଦର୍ଶକ ଡରିବେ ନା ହସିବେ ?

କେନ୍ୟୁଜ : ବିଦ୍ୟା ବାଲାନ ଜଣେ ଏଭଳି ଆକ୍ଟ୍ରେସ ଯାହାଙ୍କ ଫ୍ୟାନ୍ସ ଲିଷ୍ଟ କାଫି ଅଧିକ । ଫ୍ୟାନ୍ସ ତାଙ୍କୁ ପସନ୍ଦ କରିବାର କାରଣ ସେ ନିଜେ । ଚରିତ୍ର ଯାହା ବି ହୋଇଥାଉ ତାକୁ ଅତି ସୁନ୍ଦର ଭାବରେ ଫୁଟାଇପାରନ୍ତି ଏହି ଅଭିନେତ୍ରୀ । ଅନେକ ଚରିତ୍ର ଭିତରେ ବି ବିଦ୍ୟାଙ୍କ ଭୁଲ ଭୁଲେଇୟାଁ ଚରିତ୍ର ମଞ୍ଜୁଳିକା ଥିଲା ଅନ୍ୟତମ । ନିକଟରେ ନିର୍ଦ୍ଦେଶକ ଅନିସ ବାଜମୀ ଚଳିତବର୍ଷ କାର୍ତ୍ତିକ ଆର‍୍ୟନ ଓ କିଆରା ଆଡଭାନୀଙ୍କ ସହ ଫିଲ୍ମର ସିକ୍ୱେଲ ସହ ଫେରୁଛନ୍ତି । କନଫର୍ମ ହୋଇଛି କି ବିଦ୍ୟା ଭୁଲଭୁଲାଇୟାଁ ମଞ୍ଜୁଳିକା ଭାବରେ ନଜର ଆସିପାରନ୍ତି । କିନ୍ତୁ ଏହା କନଫର୍ମ କି ବିଦ୍ୟା ଓ ଆନିଙ୍କ ସମୀକରଣ ପୁଣିଥରେ ଫେରୁଛି । ତଥାପି ଏହା ସ୍ପଷ୍ଟ ନୁହେଁ ଯେ ବିଦ୍ୟା ପୁଣିଥରେ ଆମି ଯେ ତୁମାର ଗୀତରେ ନାଚୁଥିବେ କି କ୍ଲାଇମାକ୍ସ ପରେ ଦେଖାଯିବେ ।

ବିଦ୍ୟା ପୁଣିଥରେ ମଞ୍ଜୁଳିକା କ୍ୟାରେକ୍ଟରକୁ ଓହ୍ଲାଇପାରନ୍ତି ଏକଥା ଲୁଚି ରହିନାହିଁ । ବରଂ ନିର୍ଦ୍ଦେଶକ ଅନିସ ବାଜମୀ କହିଛନ୍ତି ଯଦି ଫିଲ୍ମର ନାଁ ଭୁଲ ଭୁଲେଇୟାଁ ତେବେ ବିଦ୍ୟାଙ୍କୁ ଭୁଲ ଭୁଲେଇଯାଁ 2 ରେ ମଧ୍ୟ ରହିବା କଥା । ତେବେ ଏସବୁ ଏକ ସରପ୍ରାଇଜ ହୋଇ ରହୁ ବୋଲି କୁହାଯାଇଛି ।

ତେବେ ଆଗାମୀ ସମୟରେ ପରଦାରେ ବିଦ୍ୟାଙ୍କ ଚରିତ୍ର କଣ ରହୁଛି ତାକୁ ଦର୍ଶକ ନିଶ୍ଚୟ ଅପେକ୍ଷା ତ କରିବେ । ତେବେ ମୂଳ କଥା ୨୦୦୭ ଫିଲ୍ମର ୨ଟି ଗୀତକୁ ସ୍ଥାନିତ କରିବା କଥା ମଧ୍ୟ ସାମନାକୁ ଆସୁଛି ଫିଲ୍ମର ସେକେଣ୍ଡ ପାର୍ଟରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.