Below header

ବୃଦ୍ଧି ପାଉଛି କଇଁଛ ଚୋରା ଚାଲାଣ ମାମଲା, ନବରଙ୍ଗପୁର ଜିଲ୍ଲାରୁ ୯୫ଟି ଜୀବନ୍ତ କଇଁଛ ଉଦ୍ଧାର କଲା ବନ ବିଭାଗ

ନବରଙ୍ଗପୁର (କେନ୍ୟୁଜ ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଇଁଛ ଚୋରା ଚାଲାଣ ମାମଲା , ନିକଟରେ ନବରଙ୍ଗପୁର ଜିଲ୍ଲାରୁ ପୁଣି କଇଁଛ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଚୋରା ଚାଲାଣ ବେଳେ ୯୫ଟି କଇଁଛ ଉଦ୍ଧାର କରିଛି ବନ ବିଭାଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ବନ ବିଭାଗ ଦ୍ୱାରା କଇଁଛ ଉଦ୍ଧାର କରାଯାଇଛି ।

କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ କଇଁଛ ଚୋରା ଚାଲାଣ କରୁଥିବା ଖବର ପାଇଥିଲା ମୈଦଲପୁର ବନ ବିଭାଗ । ଯୁବକ ଜଣକ ୯୫ଟି ଜୀବନ୍ତ କଇଁଛ ଧରି ନବରଙ୍ଗପୁର ଯାଉଥିବା ବେଳେ ଆମ୍ବପାଣି ଘାଟି ନିକଟରେ ତାଙ୍କୁ କାବୁ କରିବା ସହ କଇଁଛ ଗୁଡିକୁ ଉଦ୍ଧାର କରାଯାଇଛି । ସେପଟେ ବନ ବିଭାଗକୁ ଚକ୍‌ମା ଦେଇ ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.