ପୁଣି ଶ୍ରୀମନ୍ଦିର ଚୂଡାରୁ ଉଡିଗଲା ବାନା

ପୁରୀ (କେନ୍ୟୁଜ ବ୍ୟୁରୋ): ପୁରୀରେ ପ୍ରବଳ ବର୍ଷା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ବାନା। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାଉଁଷ ସହ ଉଡିଯାଇଛି କିଛି ବାନା ତେବେ ଆହୁରୀ ବି ଅନେକ ବାନା ନୀଳଚକ୍ରରେ ରହିଛି। ଅନ୍ୟପଟେ ପୁରୀରେ ବର୍ଷା ଜାରୀ ରହିଛି। ପ୍ରବଳ ବର୍ଷା କାରଣରୁ ପୁରୀ ବଡଦାଣ୍ଡ ଜଳମଗ୍ନ ହୋଇଛି। ଫଳରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.