Below header

ରଥଖଳାରେ ଲହଡି ଭାଙ୍ଗୁଛି ବର୍ଷା ଜଳ, ରଥକାର୍ଯ୍ୟ ବାଧାପ୍ରାପ୍ତ

ପୁରୀ (କେନ୍ୟୁଜ ଓଡିଶା): ପୁରୀରେ ପ୍ରବଳ ବର୍ଷା । ରଥଖଳାରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ସଂପୂର୍ଣ୍ଣ ବଡଦାଣ୍ଡ ଜଳାର୍ଣ୍ଣବ ହୋଇଛି । ଫଳରେ ରଥ ପ୍ରସ୍ତୁତ କାମରେ ବାଧା ସୃଷ୍ଟି ହୋଇଛି । ସେହିପରି ହସ୍ପିଟାଲ ଛକରେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ । କିଛି ସମୟ ତଳେ ପୁରୀରେ ପ୍ରବଳ ବର୍ଷା ହୋଇଥିଲା । ପରିମାଣ ଏତେ ଅଧିକ ଥିଲା ଯେ ବଡଦାଣ୍ଡ ଜଳମଗ୍ନ ହୋଇଯାଇଥିଲା । ରଥଖଳାରେ ପଶିଯାଇଥିଲା । ଯେଉଁ କାରଣରୁ ରଥକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.