ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିର ରେ ମୂଷା ଆତଙ୍କ । ଗର୍ଭଗୃହରେ ମୂଷାଙ୍କ ପ୍ରାର୍ଦୁଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ମୂଷାଙ୍କୁ ଧରିବା ପାଇଁ ବଡ ବଡ ଯନ୍ତା ବସିବା ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଧରାପଡୁନାହିଁ। ଶ୍ରୀମନ୍ଦିର ସ୍ୱର୍ଣ୍ଣଲିପି ବ୍ୟବସ୍ଥା ଅନୁଯାୟୀ ମୂଷାଙ୍କୁ ମରାଯାଇପାରିବ ନାହିଁ। ଫଳରେ ମୂଷାଙ୍କୁ ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଇଁ କାଠିକର ପାଠ ହୋଇପଡିଛି। ଗତ ୪ମାସ ହେବ ଗର୍ଭଗୃହରେ ମୂଷାଙ୍କୁ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି।