ଟିଟିଲାଗଡ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ, ଚାରିଆଡେ କୁଢ଼ କୁଢ଼ ଅଳିଆ

ଟିଟିଲାଗଡ(କେନ୍ଯୁଜ୍) : ଟିଟିଲାଗଡ ସହରରେ ବିପର୍ଯ୍ଯସ୍ତ ପରିମଳ ବ୍ୟବସ୍ଥା । ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧପୂର୍ଣ୍ଣ ପରିବେଶ । ପୌରପରିଷଦ କର୍ମଚାରୀ କେବଳ ନାଳ ନର୍ଦ୍ଦମା ସଫେଇ କରି ଚାଲିଯାଆନ୍ତି । ଗତ ୨ତାରିଖଠାରୁ ରାଜ୍ୟ ସରକାର ପଲଥିନ୍ ବ୍ୟାନ କରିଥିଲେ ସୁଦ୍ଧା, ଟିଟିଲାଗଡ ସହରରେ ଏହାର କିଛି ପ୍ରଭାବ ପଡିନାହିଁ । ନାଁ ଲୋକେ ସଚେତନ ଅଛନ୍ତି, ନାଁ ପ୍ରଶାସନ କିଛି ପଦକ୍ଷେପ ନେଉଛି ।
ଲୋକଙ୍କ ପାଇଁ ସ୍ୱଚ୍ଛତା ସ୍ୱପ୍ନ ପାଲଟିଛି। ସେପଟେ ସ୍ୱଚ୍ଛତାରେ ଟିଟିଲାଗଡ ସହର ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି । ପୌରାଧ୍ୟକ୍ଷା କହିଛନ୍ତି, ପରିଷ୍କାର ପରିଚ୍ଛନତା ଦାୟିତ୍ୱ ଗୋଟିଏ ଏନ୍ଜିଓକୁ ଦିଆଯାଇଛି। ମାସେ ଭିତରେ ଅବସ୍ଥା ସୁଧୁରିଯିବ ।