ଏପରି ଏକ ଗ୍ରାମ ଯେଉଁଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ସଧବା ରହିଥାନ୍ତି ମହିଳା

ଦୁନିଆର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ରୀତିନୀତି। ଭିନ୍ନ ସ୍ଥାନରେ ରହିଛି ଭିନ୍ନ ପ୍ରକାରର ପରମ୍ପରା ଯାହା ବେଳେବେଳେ କରିଥାଏ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ଏପରି ଏକ ପରମ୍ପାରା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପୂର୍ବରୁ ଶୁଣିନଥିବେ। ଆଜ୍ଞା ହଁ , ଭାରତରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ମହିଳା ବିଧବା ହୋଇନଥାନ୍ତି ବରଂ ତାଙ୍କୁ ମିଳିଥାଏ ଆଉ ଏକ ବର।

wedding 2

ମହିଳା କାହିଁକି ହୋଇନଥାନ୍ତି ବିଧବା

ଭାରତର ମଧ୍ୟପ୍ରଦେଶରେ ରହିଛି ଏକ ଗ୍ରାମ। ଏହି ଗ୍ରାମରେ କୌଣସି ବିଧବା ମହିଳା ଆପଣଙ୍କୁ ମିଳିବେ ନାହିଁ। କାରଣ ଏଠାକାର ପରମ୍ପରା ଅନୁଯାୟୀ ମହିଳା ବିଧବା ହୋଇନଥାନ୍ତି। ମଣ୍ଡଳା ଜିଲ୍ଲାସ୍ଥିତ ବିହଙ୍ଗା ଗ୍ରାମରେ ରହିଛି ଦୁନିଆର ସବୁଠାରୁ ଭିନ୍ନ ପ୍ରଥା। ଏହାଗ୍ରାମରେ ରହିଥିବା ଗଣ୍ଡ ଜାନଜାତିର ମହିଳାଙ୍କ ସ୍ବାମୀର ମୃତ୍ୟୁ ପରେ ପରିବାରରେ ଥିବା ଯେକୌଣସି ଅବିବାହିତା ପୁରୁଷଙ୍କ ସହ ତାଙ୍କର ବିବାହ କରାଯାଇଥାଏ।

wedding 3

ବିବାହ ପାଇଁ ଜରୁରୀ ନାହିଁ କି ତାଙ୍କ ଘରେ ଦିଅର ବା ଦେଢ଼ଶୁର ରହିବା ଦରକାର। ଯଦି କୌଣସି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କ ଶ୍ବଶୂର ଘରେ ବିବାହ ପାଇଁ ଥିବା ଯେକୌଣସି ପୁରୁଷଙ୍କ ସହ ତାଙ୍କର ବିବାହ କରାଯାଇଥାଏ। ଯଦି ଏହି ସମୟରେ ସେହି ପୁରୁଷ ବିବାହ ପାଇଁ ମନା କରିଥାନ୍ତି ତେବେ ସ୍ବାମୀଙ୍କ ମୃତ୍ୟୁର ଦଶ ଦିନ ମହିଳାଙ୍କୁ ରୁପାର ଚୁଢ଼ି ଉପହାର ସ୍ବରୁପ ଦେଇଥାନ୍ତି।