ଏସିଆନ୍ ରଗବୀ ଚାମ୍ପିଅନସିପ୍, ଶ୍ରୀଲଙ୍କାକୁ ୨୪-୧୫ ଗୋଲ୍ରେ ହରାଇଲା ଭାରତ

ଭୁବନେଶ୍ବର (କେନ୍ଯୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏସିଆନ୍ ରଗବୀ ସେଭେନ୍ସ, ଅଣ୍ଡର ଏଇଟିନ୍ ଗାର୍ଲସ ଚାମ୍ପିଅନସିପ୍ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ୨୪-୧୫ ଗୋଲ୍ରେ ହରାଇ ବାଜିମାରିଛି ଭାରତ । ଏଥିସହ ତୃତୀୟ ବିଜୟ ହାସଲ କରିଛି ।
ପୂର୍ବରୁ ଭାରତ, ବାଂଲାଦେଶକୁ ୮୨-୦ରେ ହରାଇଥିଲା । ଭାରତୀୟ ରଗବୀ ଟିମରେ କିସ୍ର ୫ ଜଣ ଛାତ୍ରୀ ସାମିଲ ଅଛନ୍ତି । ଏମାନେ ହେଲେ ସୁମିତ୍ରା ନାୟକ, ସୋନୀ ମାଦାଙ୍ଗୀ, ଲିଜା ସରଦାର, ପାର୍ବତୀ କିସ୍କୁ ଏବଂ ଜେମାମଣି ନାୟକ । ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ୍ ।