ମିଡ଼ିଆରେ ଚାଲିଛି ମିତ୍ର ବିଷୟରେ ମିଥ୍ଯ ଖବର, ରସଗୋଲା ନୁହଁ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଜଗନ୍ନାଥଙ୍କ ଦେଇ କହିଛନ୍ତି କଟୁ ମନ୍ତବ୍ୟ

ଭୁବନେଶ୍ବର (କେନ୍ଯୁଜ୍) : ରସଗୋଲା ନୁହଁ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଜଗନ୍ନାଥଙ୍କ ନେଇ କଟୁ ମନ୍ତବ୍ୟ ନେଇ ଗିରଫ ହୋଇଛନ୍ତି ଅଭିଜିତ ଆୟାର ମିତ୍ର। କିଛି ମିଡିଆରେ ଖବର ଆସିଥିଲା ରସଗୋଲା ମନ୍ତବ୍ୟକୁ ନେଇ ଅଭିଜିତଙ୍କୁ ଗିରଫ କରାଯାଇଛି। ଏହାକୁ ଖଣ୍ଡନ କରି ଆଜି ପୋଲିସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ସେପଟେ ରିମାଣ୍ଡରେ ଥିବା ଅଭିଜିତକୁ ପୋଲିସ ଜେରା ଜାରି ରଖିଛି। କାଲି ସରିବ ରିମାଣ୍ଡ ଅବଧି।

ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଅଭିଜିତ୍‌। କିନ୍ତୁ କିଛି ମିଡିଆରେ ଖବର ଆସିଛି, ଟୁଇଟରରେ ରସଗୋଲାକୁ ନେଇ ମନ୍ତବ୍ୟ ଦେଇଥିବାରୁ ଅଭିଜିତଙ୍କୁ ଗିରଫ କରାଯାଇଛି। ଯାହା ମିଥ୍ୟା ଓ ବିବାଦ ସୃଷ୍ଟି ଉଦ୍ଦେଶ୍ୟରେ ବୋଲି ଓଡ଼ିଶା ପୋଲିସ କହିଛି। ରସଗୋଲ ମନ୍ତବ୍ୟକୁ ନେଇ ଅଭିଜିତଙ୍କୁ ଗିରଫ କରାଯାଇ ନାହିଁ । ଓଡ଼ିଶାର କଳା ଓ ସଂସ୍କୃତି, ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ପ୍ରତି ଦେଇଥିବା ଅପମାନଜନକ, ବିବାଦୀୟ ଓ ଆପତ୍ତିଜନକ ମନ୍ତବ୍ୟ ନେଇ ଯେଉଁ ଏଫଆଇର ହୋଇଥିଲାା ତା ଆଧାରରେ ଅଭିଜିତ ଆୟର ମିତ୍ରଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଅଭିଜିତ ଆୟାରଙ୍କ ମନ୍ତବ୍ୟ ବିଭିନ୍ନ ଧର୍ମାବଲମ୍ବିଙ୍କ  ଭାବନାକୁ ଆଘାତ ଦେଇଛି।

ଜଗନ୍ନାଥ ସଂସ୍କୃତି ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନା ଆଘାତପ୍ରାପ୍ତ ହୋଇଛି। ଏ ପ୍ରସଙ୍ଗରେ ଆଇନଗତ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ଅଭିଜିତ ଆୟର ମିତ୍ର। କୋର୍ଟ ମଧ୍ୟ ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ କୌଣସି ସୁରକ୍ଷା ଦେବାକୁ ମନା କରିଥିଲେ। ଏ ସବୁକୁ ଦୃଷ୍ଟିରେ ରଖି ଅଭିଜିତଙ୍କୁ ଗିରଫ କରାଯାଇଥିବା ଓଡ଼ିଶା ପୋଲିସ ସ୍ପଷ୍ଟ କରିଛି। କିନ୍ତି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ, ଓଡ଼ିଶା ପୋଲିସକୁ ବଦନାମ କରିବାକୁ ଅପପ୍ରଚାର କରୁଥିବା ଓଡ଼ିଶା ପୋଲିସ ତରଫରୁ କୁହାଯାଇଛି।

ସେପଟେ ୪୮ ଘଣ୍ଟିଆ ରିମାଣ୍ଡ ପାଇଥିବା କୋଣାର୍କ ପୋଲିସ ଅଭିଜିତ୍‌ଙ୍କୁ ଜେରା କରୁଛି। କେବେ କୋଣାର୍କ ଆସିଥିଲେ? କାହା ସହ ଆସିଥିଲେ। କୋଣାର୍କ ଉପରେ ମନ୍ତବ୍ୟ ଦେବା ପଛରେ ଉଦ୍ଦେଶ୍ୟ କଣ? ଏପରି ବିଭିନ୍ନ ପ୍ରଶ୍ନ ପଚରାଯାଉଛି। ପୁରୀ ଏସ୍‌ପିଙ୍କ ନେତୃତ୍ୱରେ ନିମାପଡ଼ା ଏସ୍‌ଡିପିଓ ଓ କୋଣାର୍କ ଆଇଆଇସି ଜେରା କରୁଛନ୍ତି। ଆସନ୍ତା କାଲି ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ପୋଲିସ ରିମାଣ୍ଡରେ ରହିବେ ଅଭିଜିତ୍‌।

Leave A Reply

Your email address will not be published.