ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଅର ତିଆରି କାର୍ଯ୍ୟ ଅନୁକୂଳ

ପୁରୀ (କେନ୍ୟୁଜ) : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ଆଜି ରଥ ଚକର ଅର ତିଆରି କାର‌୍ୟ୍ୟ ଅନୂକୂଳ କରାଯାଇଛି । ପୁରୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ପୁରୀ ପ୍ରଶାସନ, ପୂଜକ, ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ କଟକ ଖପୁରିଆ କରତ କଳ ଠାରେ କାଠ ଚିରା ଅନୂକୁଳ ହୋଇଥିଲା ।

ଦିନ ୧୧ଟା ବେଳେ ଘଣ୍ଟ, ବାଜା, ଝାଞ୍ଜିର ତାଳେତାଳେ କାଠ ଗୁଡିୂକ ପୂଜାର୍ଚ୍ଚନା କରାଯିବା ସହ କାଠ ଚିରା ହୋଇଥିଲା । ପୂର୍ବବର୍ଷ ୧୯୦ ଖଣ୍ଡ କାଠ ଥିବା ବେଳେ ଚଳିତ ବର୍ଷ ନୟାଗଡରୁ ମୋଟ ୧୩୫ ଖଣ୍ଡ କାଠ ଅଣାଯାଇଛି । ଶ୍ରୀରାମ ନବମୀରେ ରଥ ପାଇଁ ତିନୋଟି ଅର କାର‌୍ୟ୍ୟ ଅନୂକୂଳ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ କାର‌୍ୟ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.