Below header

୧୫ ମିନିଟରେ ପ୍ରସ୍ତୁତ କରନ୍ତୁ ବାଜରା ପକୁଡି, ଥରେ ଖାଇଲେ ଭୂଲି ପାରିବେନାହିଁ ସ୍ବାଦ

ଆବଶ୍ୟକୀୟ ସାମଗ୍ରୀ

ଆଳୁ – ୪ଟି

ବାଜରା ଅଟା – ଦେଢ଼ ଗିନା

କଞ୍ଚା ଲଙ୍କା – ଅଧା ଛୋଟ ଚାମଚ

ଧିନଆ ପତ୍ର – ଅଧା ଛୋଟ ଚାମଚ

ଅଦା – ଅଧା ଛୋଟ କଟା ହୋଇଥିବା

ତେଲ – ଆବଶ୍ୟକ ଅନୁସାରେ

ଲୁଣ – ସ୍ବାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ବାଜରା ଅଟାକୁ ଗୋଳାଇ ଦିଅନ୍ତୁ। ଏବେ ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ବର୍ତ୍ତମାନ ସେଥିରେ ଧନିଆ ପତ୍ର, କଞ୍ଚା ଲଙ୍କା, ଅଦା ଏବଂ ଲୁଣ ମିଶାନ୍ତୁ। ଏହି ମିଶ୍ରଣକୁ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଅନ କରି ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଳ ଗରମ ହୋଇଯିବା ପରେ ପ୍ରସ୍ତୁତ କରି ରଖିଥିବା ଘୋଳକୁ ପକୁଡି ଆକାରରେ ଛାଣନ୍ତୁ। ଏହା ଭଲଭାବେ ସୁନେଲି ରଙ୍ଗ ହୋଇଯିବା ପର‌୍ୟ୍ୟନ୍ତ ଛାଣନ୍ତୁ। ଏହା ପ୍ରସ୍ତୁତ ହୋଇଗଲେ ଏହାକୁ ଏକ ପାତ୍ରରେ କାଢ଼ି ଚଟଣୀ ସହିତ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.