Below header

ପୁରୀ ପୋଲିସର ଉଦ୍ୟମ ସଫଳ, ବଡ଼ଦାଣ୍ଡରେ ଜନଗହଳି ଭିତରେ ସୁରୁଖୁରୁରେ ଗଲା ଆମ୍ବୁଲାନ୍ସ

ପୁରୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ହୋଇଥିଲା ଲକ୍ଷାଧିକ ଭକ୍ତଙ୍କ ସମାଗମ । ପୂରା ବଡ଼ଦାଣ୍ଡ ହୋଇଥିଲା ଜନସମୁଦ୍ର । ଏପରି ଗହଳି ସତ୍ତ୍ୱେ ମଧ୍ୟ ଏକ ଆମ୍ବୁଲାନ୍ସ ଅତି ସହଜରେ ଯାଇପାରିଛି । ଏହାର ଏକ ଭିଡିଓ ପୁରୀ ପୋଲିସ ପକ୍ଷରୁ ଟ୍ଵିଟ୍ କରାଯାଇଛି । ଦେଖନ୍ତୁ ଭିଡିଓକୁ, କିପରି ଜନଗହଳି ମଧ୍ୟରେ ଅତି ସହଜରେ ଆମ୍ବୁଲାନ୍ସଟି ଯାଉଛି । ଏହା ସମ୍ଭବ ହୋଇପାରିଛି ୧୨ ଶହ ଭଲିଣ୍ଟିଅର, ୧୦ଟି ସଂଗଠନ ଓ ଘଣ୍ଟା ଘଣ୍ଟା ଅଭ୍ୟାସ ଦ୍ୱାରା । ଆମ୍ବୁଲାନ୍ସ ଯିବା ପାଇଁ ଏକ ଲମ୍ବା ହ୍ୟୁମାନ କରିଡର କରାଯାଇଥିଲା । ଫଳରେ ଏତି ଗହଳି ଭିତରେ ଆମ୍ବୁଲାନ୍ସଟି ସହଜରେ ଯାଇପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.