ଓଡିଶାରେ ପ୍ରୋଜେକ୍ଟ ଦେବା ନାଁରେ ଶିଳ୍ପପତିଙ୍କୁ ଠକେଇ ମାମଲା: ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ର’ ଅଫିସର

କେନ୍ୟୁଜ୍(ବ୍ୟୁରୋ): ନକଲି ନୁହେଁ ଅସଲି ର’ ଅଫିସର ଗିରଫ । ଓଡିଶାରେ ପ୍ରୋଜେକ୍ଟ ଦେବା ନାଁରେ ଶିଳ୍ପପତିଙ୍କୁ ଠକେଇ ମାମଲାରେ ଦିଲ୍ଲୀରେ ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ରାକେଶ ଗେହଲେଟ୍‌ ଜଣେ ଅସଲି RAW ଅଫିସର । ଏନେଇ ଦିଲ୍ଲୀ ଦ୍ଵାରିକା କୋର୍ଟରେ ଗତ ୧୯ ତାରିଖରେ ଦାଖଲ ଆଇଡି କାର୍ଡରୁ ସୂଚନା ମିଳିଛି । ତାଙ୍କୁ ଆସନ୍ତା ଡିସେମ୍ବର ୨୪ରେ ଭୁବନେଶ୍ୱର SDJM କୋର୍ଟରେ ହାଜର ପାଇଁ ଦିଲ୍ଲୀ ଦ୍ଵାରିକା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଜର ପୂର୍ବରୁ ଓଡିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ତଦନ୍ତକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ସହ ନିଜର ଫୋନ ଡିଟେଲ ଦେବାକୁ ସର୍ତ୍ତ ଆଧାରରେ ଗତ ୧୯ତାରିଖରେ ଟ୍ରାନଜିଟ ଜାମିନ ଦେଇଥିଲେ ଦିଲ୍ଲୀ ଦ୍ଵାରିକା ଏସଡିଜେଏମ କୋର୍ଟ ।

ବଡ଼ ଅଫିସର ନାଁରେ ମିଛ ପରିଚୟ ଦେଇ ଦିଲ୍ଲୀର ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ମାଲିକ ରିକବ୍‌ ଚାନ୍ଦଙ୍କୁ ସରକାରୀ କଣ୍ଟ୍ରାକ୍ଟ ଓ ୱାର୍କଅର୍ଡର କରାଇଦେବେ କହି କୋଟିଏ ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗତ ଅକ୍ଟୋବରରେ ୨ ଧୂର୍ତ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ EOW । ଠକେଇ ସିଣ୍ଡିକେଟରେ ଥିବା ଜଣେ ମହିଳାଙ୍କ ସମେତ ୨ ଫେରାର ଥିଲେ । ଏହାପରେ ମାଷ୍ଟର ମାଇଣ୍ଡ ରାକେଶ ଗେହଲେଟ୍‌ଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ରାଜେଶଙ୍କ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମ ବ୍ରାଞ୍ଚ । ସେପଟେ ଟ୍ରେଜେରୀ ଅଫିସର କହି ୨୫ ଲକ୍ଷ ଟଙ୍କା ନେଇଥିବା ନକଲି ମହିଳା ଟ୍ରେଜେରୀ ଅଫିସରଙ୍କୁ କ୍ରାଇମବ୍ରାଞ୍ଚ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.