କଞ୍ଚାଲଙ୍କା ପାଉଡର ପ୍ରସ୍ତୁତ କରି ମାସେ ମାସେ ପର୍ଯ୍ୟନ୍ତ କରନ୍ତୁ ଷ୍ଟୋର, ଜାଣନ୍ତୁ ସହଜ ଟିପ୍ସ

ରାଗ ଖାଇବାକୁ ପସନ୍ଦ କରୁଥିବା ଲୋକ ଖାଇବା ପ୍ରସ୍ତୁତ କରୁଥିବା ସମୟରେ କଞ୍ଚାଲଙ୍କାର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର କଞ୍ଚାଲଙ୍କାକୁ ଫ୍ରିଜରେ ରଖିବା ଫଳରେ ତାହା ନଷ୍ଟ ହୋଇଯାଏ। ଯଦି ଆପଣଙ୍କ ସହିତ ଏମିତି କିଛି ଘଟୁଥାଏ, ତେବେ ସହଜ ଉପାୟ ଆପଣାଇ ଆପଣ ଏହାର ପାଉଡର କରି ରଖିପାରିବେ। ଆଉ ଏହି ପାଉଡରକୁ ମାସ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖି ଖାଇବାର ସ୍ୱାଦ ବଢାଇପାରିବେ।

ତେବେ ଘରେ କଞ୍ଚାଲଙ୍କା ପାଉଡର ପ୍ରସ୍ତୁତ କରିବା ପାଇଁ ୫୦୦ ଗ୍ରାମ କିମ୍ବା ୧ କିଲୋ କଞ୍ଚାଲଙ୍କାକୁ ଭଲଭାବେ ଧୋଇ ଏକ ଜାଗାରେ ରଖିଦିଅନ୍ତୁ। ଏହାକୁ ମଝିରୁ ଚିରି ଦେଇ ଖରାରେ ଶୁଖିବା ପାଇଁ ଦୁଇଦିନ ରଖିଦିଅନ୍ତୁ। ତା’ ପରେ ଏକ କି ଦୁଇ ବୁନ୍ଦା ତେଲ ମିଶାଇ କଟା ହୋଇଥିବା ସବୁ କଞ୍ଚାଲଙ୍କାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ।

ନଚେତ୍‌ ଏକ କିଲୋ ଲଙ୍କାକୁ ଭଲ ଭାବେ ଧୋଇ ମଝିରୁ କାଟି ରଖିଦିଅନ୍ତୁ। ଏହାକୁ ମାଇକ୍ରୋ େଓ୍ଵଭରେ ୫ ମିନିଟ୍‌ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ। ୫ ମିନିଟ୍‌ ପରେ ମାଇକ୍ରୋେଓ୍ଵଭରୁ କାଢି ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ।

green_chilli

ଏହାକୁ ଷ୍ଟୋର କରିବା ପାଇଁ କାଚ କିମ୍ବା ଏୟାର ଟାଇଟ୍‌ କଣ୍ଟେନରରେ ରଖନ୍ତୁ। ପାଉଡର ଯେକୌଣସି ତରକାରୀରେ ବ୍ୟବହାର କରିବା ପରେ ଏହାକୁ ଭଲଭାବେ ଟାଇଟ୍‌ କରି ରଖନ୍ତୁ। ନଚେତ୍‌ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ।