ଭିଡିଓ ଭାଇରାଲ୍ ପରେ ଘଟଣାକୁ ନେଇ ଜାଣନ୍ତୁ କଣ କହିଲେ ବାବୁଶାନ୍ ଓ ପ୍ରକୃତି ମିଶ୍ର

ଭୁବନେଶ୍ୱର : ଘଟଣାକୁ ନେଇ ବାବୁଶାନ୍ ଓ ପ୍ରକୃତି ମିଶ୍ର ଗଣମାଧ୍ୟମକୁ କହିଛନ୍ତି କି ଫିଲ୍ମର ପ୍ରମୋସନ୍ ପାଇଁ ଯାଉଥିଲେ । ବାବୁଶାନ୍ କହିଛନ୍ତି, ମୁଁ ପ୍ରକୃତିଙ୍କୁ ପିକ୍ଅପ୍ କରି, ଚେନ୍ନାଇ ଯିବା ଲାଗି ଏୟାରପୋର୍ଟକୁ ଯାଉଥିଲୁ । ଆମେ ସାଙ୍ଗ ହୋଇ କାମ କରୁଛୁ । ସେ ମୋର ବନ୍ଧୁ । ଯାହା ଚର୍ଚ୍ଚା ଚାଲିଛି ତାହା ଠିକ୍ ନୁହେଁ । ମୋର କାମକୁ ନେଇ ପତ୍ନୀ ବୁଝି ନପାରି ଏଭଳି କରିଛନ୍ତି । ତେବେ ପତ୍ନୀଙ୍କୁ ମୁଁ ଦୋଷ ଦେଉ ନାହିଁ । ଏକଥା ସତ ଯେ ମୁଁ କିଛି ଭୁଲ କରି ନାହିଁ ବୋଲି ବାବୁଶାନ କହିଛନ୍ତି ।
ଅନ୍ୟପଟେ ପ୍ରକୃତି ମିଶ୍ର ବି ସେହି କଥା କହିଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବାର ଥିଲା । ବର୍ଷା ହେଉଥିବାରୁ ବାବୁଶାନ୍ ତାଙ୍କୁ ପିକ୍ଅପ୍ କରିବାକୁ ଯାଇଥିଲେ । ସେ କହିବା କଥାକୁ ବାବୁଶାନ୍ଙ୍କ ପତ୍ନୀ ଏବଂ ଶ୍ୱଶୁର ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସାଙ୍ଗରେ ନେଇ ଏଭଳି ଘଟଣା ଘଟାଇଛନ୍ତି ।
ତେବେ ବାବୁଶାନ୍ଙ୍କ ବ୍ୟକ୍ତିଗତ ଜୀବନରେ କଣ ଘଟିଛି ସେ କଥା ମୁଁ ଜାଣିନାହିଁ। ହେଲେ ବାବୁଶାନ୍ ପିଲା ବେଳୁ ମୋର ସାଙ୍ଗ । ଆଜି କିଛି ଆଲୋଚନା କରିବା ପୂର୍ବରୁ ବାବୁଶାନ୍ଙ୍କ ପତ୍ନୀ ଏଭଳି ଘଟଣା ଘଟାଇଲେ । ଯାହା ପ୍ରଚାର ଚାଲିଛି ତାହା ଆଦୌ ସତ ନୁହେଁ ।