Below header

ବର୍ଷା ଦିନରେ ଆପଣଙ୍କ ଅଟା ଖରାପ ହୋଇଯାଉଛିକି, ତେବେ ଆପଣାନ୍ତୁ ଏହି ସବୁ ସହଜ ଟିପ୍ସ

ବର୍ଷାଦିନରେ ସାଧରଣତଃ ଋତୁ ଏକ ଭିନ୍ନ ରୂପ ନେଇଥାଏ । ଯଦିବା ଏହି ଋତୁ ଖରାର ଡହ ଡହ ଖରା ତଥା ଗରମରୁ ତ୍ରାହି ଦେଇଥାଏ । କିନ୍ତୁ ଚାରି ପାଖରେ ଜମୁଥିବା ପାଣି, ଅଳିଆ ଆବର୍ଜନା ଆଦି ମଶା ମାଛିଙ୍କୁ ଜନ୍ମ ଦେବା ସହିତ ଅନ୍ୟାନ କୀଟାଣୁ ତଥା ଜୀବାଣୁ ମାନେ ମଧ୍ୟ ବଂଶ ବିସ୍ତାର କରିଥାନ୍ତି । ଆଉ ଏହି ଋତୁରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଆମ ରୋଷେଇ ଘର । ସନ୍ତସନ୍ତିଆ ପାଗ, କମ ଖରା କାରଣରୁ ରୋଷେଇ ଘରେ ଥିବା ଖାଦ୍ୟ ସାମଗ୍ରୀ ଖରାପ ହେବାକୁ ଲାଗିଥାଏ । ବିସ୍କୁଟରେ ଫିମ୍ପି ଲାଗିଯାଏ । ଲୁଣିଆ ତଥା ମସଲା ଜିନିଷ ଗୁଡିକ ଖରାପ ହୋଇଯାଏ ।ଏମିତିକି ଖୋଲାରେ ରହିଥିବା ଅଟା, ଛତୁଆ ଆଦିରେ ଛୋଟ ଛୋଟ ପୋକ ଲାଗିଯାନ୍ତି । ଆଉ ଥରେ ପୋକ ଲାଗିଲେ ଏଗୁଡ଼ିକୁ ସଫା କରିବା କଷ୍ଟକର ହୋଇପଡେ । ଏହି ଋତୁରେ ଅତି ସହଜ ଉପାୟ ଅବଲମ୍ବନ କରି ଆପଣ ରୋଷେଇ ଘରର ଜିନିଷକୁ ନଷ୍ଟ ହେବାରୁ ରକ୍ଷା କରିପାରିବେ ।

ତେଜ ପତ୍ର:

ଆପଣ ଅଟାରେ ତେଜପତ୍ର ଦେଇ ରଖିପାରିବେ । ତେଜପତ୍ର ଦେଇ ରଖିବା ଫଳରେ ଅଟା ଖରାପ ହୋଇନଥାଏ । ତେଜପତ୍ରର ବାସ୍ନା ଖୁବ ଅଧିକ ଥାଏ । ଯାହାକି ଅଟାରେ ପୋକ ଲାଗିବାକୁ ଦେଇନଥାଏ । ତେଣୁ ଅଟାକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଆପଣ ସେଥିରେ ଟେଜ ପତ୍ର ଦେଇ ରଖିପାରିବେ ।

ଲବଙ୍ଗ;

ଆମ ରୋଷେଇ ଘରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଇଥାଏ । ଖାଲିଯେ ରନ୍ଧା ଖାଦ୍ୟକୁ ଏହା ଅଧିକ ସ୍ୱାଦିଷ୍ଟ କରିବ ତାହା ନୁହେଁ । ଏହି ମସଲା ଜିନିଷକୁ ଖରାପ ହେବାରୁ ରକ୍ଷା କରିପାରିବ । ଅଟା ଡବାରେ ୪ ରୁ ୫ଟି ଲବଙ୍ଗ ଦେଇ ରଖିଦିଅନ୍ତୁ । ଦେଖିବେ ଯେତେ ଦିନ ଗଲେ ମଧ୍ୟ ଅଟା ଖରାପ ହେବ ନାହିଁ ।

ଟାଇଟ ଡବାରେ ରଖନ୍ତୁ ଜିନିଷ:

ଆପଣ ଘରର ଅଟାକୁ କୌଣସି ଏକ ଟାଇଟ କଣ୍ଟେନରରେ ଷ୍ଟୋର କରିରଖନ୍ତୁ । ପ୍ୟାକେଟରେ ରଖିବା ଦ୍ୱାରା ଅଟା ଖରାପ ହୋଇଯାଏ । ତେଣୁ ଏହାକୁ ଏକ ମେଟାଲ କଣ୍ଟେନରରେ ରଖନ୍ତୁ । ଏହା ଦ୍ୱାରା ଅଟା ନରମ ହେବନାହିଁ କି ଶୀଘ୍ର ଖରାପ ବି ହେବ ନାହିଁ ।

ଖୋଲାରେ ରଖ୍ନ୍ତୁନି ଅଟା:

ସବୁଠୁ ଜରୁରୀ କଥା ହେଉଛି ଖୋଲାରେ ଆଦୌ ଅଟା ରଖନ୍ତୁ ନାହିଁ । ନଚେତ ଅଟା ଖରାପ ହୋଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.