Below header

ରାଜଧାନୀର ଚର୍ଚ୍ଚିତ ସିଲ୍‌ସିଲା ଓ ବିନାୟକ ବେହେରା ପାରିବାରିକ ବିବାଦ ମାମଲାରେ ନୂଆ ଟୁଇଷ୍ଟ୍‍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀର ଚର୍ଚ୍ଚିତ ସିଲ୍‌ସିଲା ଓ ବିନାୟକ ବେହେରା ପାରିବାରିକ ବିବାଦ ମାମଲାରେ ନୂଆ ଟୁଇଷ୍ଟ୍‍। ଏଥର ସ୍ୱାମୀ ନୁହଁନ୍ତି, ବଡଗଡ଼ ଥାନାରେ ଫେରାଦ ହୋଇଛନ୍ତି ସ୍ତ୍ରୀ ସିଲସିଲା ଓ ପୁଅ। ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସ୍ତ୍ରୀ ଓ ପୁଅକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ୱାମୀ ବିନାୟକ। କାରରେ ଘରକୁ ଫେରୁଥିବାବେଳେ ଉଭୟଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ତିନି ଜଣ ବାଇକ୍‌ରେ ଆସି ଅଟକାଇବା ସହ ଲୁହା ରଡ ଓ ହେଲମେଟରେ ଆକ୍ରମଣ କରିଥିଲେ।

ପୂର୍ବରୁ ଏପ୍ରିଲ ୨୩ ତାରିଖରେ ସିଲସିଲାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ପତ୍ନ୍ନୀ ଡ୍ରାଇଭରଙ୍କ ସହ ମିଶି ତାଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ଅଭିଯୋଗ କରିଥିଲେ। ପରେ ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସିଲସିଲା ଫେରାର ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.