ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ସପ୍ତାହେ ତଳେ ମିଳିଥିଲା ହତ୍ୟା ଧମକ

ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ୍‌। ଶୁକ୍ରବାର ଦିନ ସଲମାନ୍‌ ଖାନ୍‌ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ରିପୋର୍ଟ ମୁତାବକ, ସଲମାନ ଅସ୍ତ୍ରର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି।

କିନ୍ତୁ ଏ ନେଇ ସଲମାନ୍‌ କହିଛନ୍ତି, ପୋଲିସ କମିଶନର ତାଙ୍କର ପୁରୁଣା ବନ୍ଧୁ ଓ ସେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ। ତେବେ ଗତ ସପ୍ତାହରେ ସଲମାନଙ୍କୁ ଜୀବନରୁ ମାରିବାକୁ ଧମକ ମିଳିବାପରେ ସଲମାନ୍‌ କମିଶନରଙ୍କୁ ଭେଟିଥିବାରୁ ଏହି ସାକ୍ଷାତକୁ ଅଲଗା ନଜରରେ ଦେଖାଯାଉଛି।

ଏ ନେଇ ଜଣେ ଅଧିକାରୀ କହିଛନ୍ତି, ସଲମାନ୍‌ ସନ୍ଧ୍ୟା ପ୍ରାୟ ୪ଟା ବେଳେ ମୁମ୍ବାଇ ପୋଲିସ ମୁଖ୍ୟାଳୟ ପହଞ୍ଚିଥିଲେ ଓ ଫଣସାଲକରଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ କହିଛନ୍ତି। ଏଥିସହ ସଲମାନ୍‌ ସଂଯୁକ୍ତ ପୋଲିସ କମିଶନର (କାନୁନ୍‌ ବ୍ୟବସ୍ଥା) ବିଶ୍ୱାସ ଦାଙ୍ଗରେ ପାଟିଲଙ୍କୁ ମଧ୍ୟ ଭେଟିଥିଲେ।

ଗତ ମାସରେ ସଲମାନ୍‌ ଖାନ୍‌ ଓ ତାଙ୍କ ବାପା ସଲିମ ଖାନ୍‌ଙ୍କୁ ଏକ ଚିଠି ମିଳିଥିଲା। ଏଥିରେ ଧମକ ଦିଆଯାଇଥିଲା ଯେ ଦୁହିଁଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ଭଳି ହତ୍ୟା କରାଯିବ। ମୁସେଓ୍ଵାଲାଙ୍କୁ ମେ’ ମାସରେ ହତ୍ୟା କରାଯାଇଥିଲା। ପତ୍ର ମିଳିବା ପରେ ସଲମାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Also Read: ‘ଭାବିଜୀ ଘର ପର ହୈ’ ଫେମ୍‌ ଦୀପେଶ ଭାନ୍‌ଙ୍କ ପରଲୋକ, କ୍ରିକେଟ୍‌ ଖେଳିବା ବେଳେ ଟଳିପଡ଼ିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.