Below header

‘ଭାବିଜୀ ଘର ପର ହୈ’ ଫେମ୍‌ ଦୀପେଶ ଭାନ୍‌ଙ୍କ ପରଲୋକ, କ୍ରିକେଟ୍‌ ଖେଳିବା ବେଳେ ଟଳିପଡ଼ିଲେ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲ୍‌ବିଦା କହିଛନ୍ତି ଅଭିନେତା ଦୀପେଶ ଭାନ୍‌। ଦୀପେଶ ଲୋକପ୍ରିୟ ଟିଭି ସିରିୟଲ ‘ଭାବିଜୀ ଘର ପର ହୈ’ରେ ମଲଖାନ୍‌ ସିଂହଙ୍କ ଭୂମିକାରେ ଅଭିନୟ କରୁଥିଲେ। ସେ ଦୀର୍ଘ ଦିନ ହେଲାଣି ଏହି ସିରିୟଲ ସହ ଜଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ଘଟିଥିବା ନେଇ ଶୋ’ର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଭିନୀତ ସୂଚନା ଦେଇଛନ୍ତି। ଦୀପେଶଙ୍କର ପତ୍ନୀଙ୍କ ସମେତ ଏକ ପିଲା ରହିଛି। ତାଙ୍କ ବିବାହ ୨୦୧୯ ମସିହାରେ ଦିଲ୍ଳୀରେ ହୋଇଥିଲା।

ସୂଚନା ମୁତାବକ, ଦୀପେଶ ଶୁକ୍ରବାର ଦିନ କ୍ରିକେଟ୍‌ ଖେଳୁଥିଲେ। କିନ୍ତୁ କ୍ରିକେଟ୍‌ ଖେଳିବା ସମୟରେ ସେ ଅଚାନକ ଟଳି ପଡ଼ିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଆସିଷ୍ଟାଣ୍ଟ ଡାଇରେକ୍ଟର ଅଭିନୀତଙ୍କ ସହ ଅଭିନେତା ବୈଭବ ମାଥୁର ମଧ୍ୟ ଦୀପେଶ ଭାନ୍‌ଙ୍କ ନିଧନ ଖବରକୁ ସତ ବୋଲି କହିଛନ୍ତି। ସେ ଦୀପେଶଙ୍କ ନିଧନରେ ଦୁଃଖ ବ୍ୟକ୍ତ କରି କହିଛନ୍ତି, ହଁ ଏବେ ସେ ଆଉ ନାହାନ୍ତି। ଏ ନେଇ ମୁଁ କିଛି କହିବାକୁ ଚାହୁଁନି। କାରଣ ଆଉ କହିବାକୁ କିଛି ନାହିଁ। ପ୍ରକାଶ ଯେ ଶୋ’ରେ ଦୀପେଶ ଓ ମାଥୁର ଦୁଇ ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ।

ଦୀପେଶ ଟିଭି ଦୁନିଆରେ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ଭାଭୀଜୀ ଘର ପର ହୈ ପୂର୍ବରୁ ପ୍ରଥମେ କମେଡି କା କିଙ୍ଗ୍‌ କୌନ୍‌, କମେଡି କ୍ଲବ୍‌, ଭୂତବାଲା, ଏଫ୍‌ଆଇଆର ସମେତ କେତେକ କମେଡି ଶୋ’ରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଅମୀର ଖାନ୍‌ଙ୍କ ସହ ମଧ୍ୟ କାମ କରିଛନ୍ତି। ସେ ଅମୀର ଖାନ୍‌ଙ୍କ ସହ ଟି-୨୦ ବିଶ୍ୱ କପ୍‌ର ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ। ସେ ୨୦୦୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ଫାଲତୁ ଉଟପଟାଙ୍ଗ ଚଟ୍‌ପଟି କାହାନୀରେ ମଧ୍ୟ କାମ କରିଥିଲେ।

Also Read: ୪୦ କୋଟିର ଲଟେରୀ ଜିତିଲେ ଦୁବାଇରେ ଡ୍ରାଇଭିଂ କରୁଥିବା ଭାରତୀୟ ଯୁବକ, ରାତାରାତି ବଦଳିଗଲା ଭାଗ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.