ଓଲିଉଡ୍ ଅଭିନେତ୍ରୀ ଅର୍ପିତାଙ୍କ ଘରୁ ହିଁ ବାହାରିଲା ୨୧ କୋଟି, ଚର୍ଚ୍ଚାରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଏ ବେଙ୍ଗଲୀ ହିରୋଇନ୍

ଭୁବନେଶ୍ୱର(କେନ୍ୟୁଜ୍): ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତା ବାନାର୍ଜୀଙ୍କ ରହିଛି ଓଡ଼ିଶା ଲିଙ୍କ୍ । ପେସାରେ ମଡେଲ୍‌ ଥିବା ଅର୍ପିତା ବଙ୍ଗାଳି, ତାମିଲ ସମେତ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି । ୫ରୁ ଅଧିକ ଓଡ଼ିଆ ଫିଲ୍ମରେ ଅର୍ପିତାଙ୍କୁ ଦେଖିବାକୁ ମିଳିଛି । ଯାହା ଭିତରେ ରହିଛି ‘ମୁଁ କଣ ଏତେ ଖରାପ’, ‘ତୋର ମୋର ଯୋଡି ସୁନ୍ଦର’, ପ୍ରେମ ରୋଗୀ । ଓଲିଉଡ ପରଦାରେ ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ ଓ ଆକାଶଙ୍କ ନାୟିକା ସାଜିଛନ୍ତି । ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଲିଉଡରେ ଏଣ୍ଟ୍ରି ହୋଇଥିଲା ।

ଅନେକ ବଙ୍ଗାଳୀ ସିନେମାରେ ଅର୍ପିତା ପାର୍ଶ୍ୱ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ପାର୍ଥ ଚାଟାର୍ଜୀଙ୍କ ଦୁର୍ଗା ପୂଜା କମିଟିର ପ୍ରଚାର କରୁଥିଲେ ଅର୍ପିତା ମୁଖାର୍ଜୀ । ଅର୍ପିତାଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିବା ପରେ ଇଡି ତାଙ୍କ ଫ୍ଲାଟରେ ଚଢାଉ କରିଥିଲା । ଚଢାଉ ବେଳେ ତାଙ୍କ ଘରୁ ୨୧ କୋଟି ଟଙ୍କାର କ୍ୟାସ ମିଳିଥିଲା । ଶିକ୍ଷକ ନିଯୁକ୍ତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ସହିତ ଅର୍ପିତାଙ୍କ ମଧ୍ୟ ସମ୍ପୃକ୍ତି ଥାଇପାରେ ବୋଲି ଇଡି ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.