ଦେବୀ ମୁହାଣରେ ନାଲି କଙ୍କଡ଼ାଙ୍କ ସମାଗମ, ସ୍ଥାୟୀ ବୋଟିଂର ବ୍ୟବସ୍ଥା ପାଇଁ ଦାବି

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗର ପୀର ଜାହାନିଆ ପର୍ଯ୍ୟଟନସ୍ଥଳୀ। ହେନ୍ତାଳବନର ସୌନ୍ଦର୍ଯ୍ୟ ବେଶ୍‌ ନିଆରା। ଏହାସାଙ୍ଗକୁ ଦେବୀ ମୁହାଣରେ ନାଲି କଙ୍କଡ଼ାଙ୍କ ସମାଗମ। ଗଙ୍ଗାଦେବୀ ପୀଠରୁ ମୋଟରଡଙ୍ଗା ଯୋଗେ ଦୁଇ ଘଣ୍ଟା ଗଲାପରେ ଦେବୀ ମୁହାଣ ପଡେ। ଏହି ଉପକୂଳରେ ରହିଥିବା ବାଲୁକା ସ୍ତୁପରେ ଛୋଟ ଛୋଟ ଗାତ କରି ରୁହନ୍ତି ଏହି ନାଲି କଙ୍କଡ଼ା। ନଦୀରେ ଥିବା ମଲାମାଛ ଓ କୂଳରେ ରହୁଥିବା ଛୋଟ ଛୋଟ କୀଟମାନଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ନାଲି କଙ୍କଡ଼ା । ଏମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା ନାହିଁ। ମୋଟର ଡଙ୍ଗାରେ ଯିବାର ସୁବିଧା ଥିଲେ ମଧ୍ୟ ତାହା ବି ବେଳେବେଳେ ଉପଲବ୍ଧ ହୋଇନଥାଏ। ନାଲି କଙ୍କଡ଼ାକୁ ଦେଖିବାକୁ ସ୍ଥାୟୀ ବୋଟିଂର ବ୍ୟବସ୍ଥା ପାଇଁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.