ବିମାନ ପ୍ରେମରେ ଯୁବତୀ, ମାର୍ଚ୍ଚରେ କରିବେ ବିବାହ

କୁହାଯାଏ ପ୍ରେମ ଅନ୍ଧ, ଶାଶ୍ୱତ। ଆପଣମାନଙ୍କର ପ୍ରେମକୁ ନେଇ ଅନେକ ଅଭିଜ୍ଞତା ନିଶ୍ଚିତ ଥିବ। ମଣିଷ କୌଣସି ବ୍ୟକ୍ତିକୁ ହେଉ ଅବା କୌଣସି ଜୀବଜନ୍ତୁକୁ ଭଲପାଇ ବସେ। କିନ୍ତୁ ମଣିଷ କୌଣସି ର୍ନିଜୀବ ବସ୍ତୁକୁ ଭଲପାଇ ବସିବା ବିଷୟରେ ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଜର୍ମନୀର ରାଜଧାନୀ ବର୍ଲିନରେ ଦେଖିବାକୁ ମିଳିଛି। ଏଠିକାର ଜଣେ ୩୦ ବର୍ଷୀୟା ଯୁବତୀ ଗତ ୬ ବର୍ଷ ପୂର୍ବେ ବୋଇଂ ୭୩୭-୮୦୦ ବିମାନକୁ ଭଲପାଇ ବସିଥିଲେ। ଯୁବତୀ ଜଣକ ବିମାନକୁ ଏପରି ଭଲପାଇ ବସିଛନ୍ତିଯେ, ଆସନ୍ତା ମାର୍ଚ୍ଚରେ ବିମାନ ସହିତ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡ୍ୟାମରେ ହେବ। ଆପଣଙ୍କୁ ଶୁଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ।

111

ଯୁବତୀ ନାମ ମିଶେଲ କୋବକ। ରିପୋର୍ଟ ମୁତାବକ, ମିଶେଲ ପ୍ରଥମ ଥର ବିମାନ ୨୦୧୪ ମସିହାରେ ଦେଖିଥିଲେ। ଏୟାରପୋର୍ଟରେ ଥିବା ଏହି ବିମାନକୁ ଦେଖି ପ୍ରଥମ ଦେଖାରେ ହିଁ ଭଲପାଇବସିଥିଲେ। କେବଳ ଏତିକି ନୁହେଁ, ବିମାନକୁ ବିବାହ କରିବେ ବୋଲି ସ୍ୱପ୍ନ ମଧ୍ୟ ଦେଖିବା ଆରମ୍ଭ କରିଦେଲେ। ମିଶେଲ ଏହି ବିମାନର ଓ୍ଵିଙ୍ଗ, ଓ୍ଵିଙ୍ଗଲେଟସ୍‌ ଏବଂ ଥ୍ରଷ୍ଟର୍ସ ବହୁତ ଭଲ ଲାଗେ। ଯୁବତୀ ଜଣକ ସ୍ପେହରେ ଜାହାଜକୁ ‘ସାତସ୍‌’ ବୋଲି ଡାକନ୍ତି। ଏହା ପୂର୍ବରୁ ୨୦୧୧ରେ ମିଶେଲ ଜଣେ ବ୍ୟକ୍ତିଙ୍କ ସହିତ ରିଲେସନସିପ୍‌ରେ ଥିଲେ। କିନ୍ତୁ ସେମାନଙ୍କ ଭଲପାଇବା ଅଧିକ ଦିନ ପର୍ଯ୍ୟନ୍ତ ରହିପାରିଲା ନାହିଁ।

plane_love_

ମିଶେଲ ସେଲସଓ୍ଵିମେନ ଭାବେ କାମ କରନ୍ତି। ବିମାନଙ୍କୁ ଏତେ ଭଲପାଆନ୍ତି ଯେ, ପ୍ରତିଦିନ ତାକୁ ଦେଖା କରିବାକୁ ଯାଆନ୍ତି। ଏଥିପାଇଁ ସେ ଏହି ବିମାନର ଏକ ମଡେଲ ମଧ୍ୟ କିଣି ରଖିଛନ୍ତି। ମିଶେଲଙ୍କ ଏପରି ଭଲପାଇବା ଦେଖି ଘର ଲୋକ କୌଣସି ଆପତ୍ତି କରୁନାହାନ୍ତି। କିନ୍ତୁ କିଛି ବନ୍ଧୁ କହୁଛନ୍ତି, ମିଶେଲ କୌଣସି ରୋଗରେ ପୀଡିତ। ଏହି ରୋଗ ଯୋଗୁଁ ସେ ର୍ନିଜୀବ ବସ୍ତୁ ସହିତ ପ୍ରେମ କରିବସିଛନ୍ତି। କିନ୍ତୁ ମିଶେଲ ବିମାନର ପାଟର୍ସକୁ ଏକାଠି କରିବା ତାଙ୍କର ସଉକ ରହିଥିବା ବେଳେ ଆଗକୁ ସେ ବୋଇଂ ବିମାନର ମେକାନିକ ହେବାକୁ ଚାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.