Below header

ଯାଜପୁର: ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ, ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସମ୍ପର୍କୀୟ, କିନ୍ତୁ ରହିଲନି ଜୀବନ

ଯାଜପୁର ଟାଉନ(କେନ୍ୟୁଜ): ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସମ୍ପର୍କୀୟ । ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହା କୌଣସି ଅପହଂଚ ଇଲାକାର ଘଟଣା ନୁହେଁ ଯାଜପୁର ଜିଲାରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଯାଜପୁର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନପୁର ଗାଁରୁ ଆସିଛି । ଗାଁର ମଲି ମାଝିଙ୍କ ଦେହ ଅସୁସ୍ଥ ହେବାରୁ ତୁରନ୍ତ ୧୦୮ ନମ୍ବରକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବାରୁ ବାଧ୍ୟ ହୋଇ ଲୋକେ ଟ୍ରଲିରେ ମହିଳାଙ୍କୁ ଯାଜପୁର ଟାଉନ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ବାଟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସର ଅବହେଳା ଯୋଗୁଁ ରୋୀଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାରୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.