Below header

ସରିଲା ପଞ୍ଚାୟତ ଭୋଟ ପ୍ରଚାର, ଆଜି ୪୯ ବୁଥ୍‌ରେ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ପୁନଃ ମତଦାନ

ସରିଲା ପଞ୍ଚାୟତ ଭୋଟ ପ୍ରଚାର। ଆଜି ୪୯ ବୁଥ୍‌ରେ ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ଯେଉଁ ୪୯ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ସେଠାରେ ସାନି ମତଦାନ ହେଉଛି। ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୫ଟି ବୁଥ ଓ ୧୮ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୪ଟି ବୁଥ ପାଇଁ ହେଉଛି ମତଦାନ ।

ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ଭୋଟଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ୩୦ଟି ବୁଥ୍‌ ପାଇଁ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ କରାଯିବ। ଅନ୍ୟପଟେ ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ନେଇ ଜିଲ୍ଲାପାଳ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ମତଦାନ ସରିଥିବା ଭୋଟ ବାକ୍ସକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖିବା ପରେ ଏହାକୁ ସିଲ୍‌ କରାଯିବ। ପୁରା ଅଞ୍ଚଳ ଉପରେ ସିସିଟିଭି ନଜର ରଖିବ। ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଫୋନ୍‌, ସ୍କାଏପେନ୍‌ ଓ ବୈଦ୍ୟୁତିକ ଯନ୍ତ୍ରପାତି ମନା କରାଯାଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ ସରିଥିବାବେଳେ ୨୪ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଭୋଟ ପାଇଁ ଚାଲିଥିବା ପ୍ରଚାର ବି ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପ୍ରଚାର ଲଢେଇରେ ପ୍ରାର୍ଥୀ, ଦଳ, କର୍ମୀ ଓ ସମର୍ଥକ ପୁରା ଦମ୍‌ ଲଗାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.