Below header

କଟକ: ଆଦର୍ଶ ଗାଁ କଲରାବାଙ୍କରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ କରାଗଲା ଉନ୍ମୋଚନ

କେନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍କୁଲ ପରିଚାଳନା କମିଟିର ସଭାପତି ତଥା ନିର୍ଦ୍ଦେଶିକା ଡ. ଇତି ସାମନ୍ତ ଉନ୍ମୋଚନ କରିଥିଲେ । ପରେ ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟ ପରିସରରେ ପତାକା ଉତ୍ତୋଳନ କରିଥିଲେ । ଏହାପୂର୍ବରୁ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ନାରାୟଣ ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

kalarabanka2

ସେହିପରି କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ପ୍ରିନ୍‌ସିପାଲ ରାମକୃଷ୍ଣ ପାଢ଼ୀ ମଧ୍ୟ ସ୍କୁଲ ପରିସରରେ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟ ପରିସରରେ ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପିଲାମାନେ ବିଭିନ୍ନ ନୃତ୍ୟଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସମିତିର ସଭାପତି ଅଞ୍ଜନ କୁମାର ସାମନ୍ତ, ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗାଚରଣ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏସବୁ କାର୍ଯ୍ୟକ୍ରମକୁ ଜଚିନ୍ଦ୍ର ଲେଙ୍କା, ନୃସିଂହ ଚରଣ ନାୟକ, ଆଶୁତୋଷ ମହାନ୍ତି, ପ୍ରୀତି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀ, ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.