ଶିଳ୍ପା ସେଟ୍ଟୀଙ୍କ ପାଇଲଟ୍‌ ଅବତାର, ଏମିତି ହେଲିକପ୍ଟର ଉଡ଼ାଇଲେ ଯେ ଦେଖିଲେ ଆଁ କରି ରହିଯିବେ… ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ନିୟମିତ ଭାବେ ଏହି ଅଭିନେତ୍ରୀ ଜଣକ ନିଜ ଟ୍ଵିଟରରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ତେବେ ଶିଳ୍ପା ପୁଣି ଥରେ ଫ୍ୟାନ୍‌ଙ୍କ ପାଇଁ ଏବେ ଏକ ଭିଡିଓ ସେୟାର କରିଛନ୍ତି। ଶିଳ୍ପାଙ୍କ ଏହି ଭିଡିଓଟି ପୂର୍ବ ଥର ଭଳି ଏଥରକ ମଧ୍ୟ ଫାନ୍‌ଙ୍କୁ ବେଶ୍‌ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି।

 

View this post on Instagram

 

Ready Shetty Go! 🚁 #flying #blessings #gratitude #shirdi #trip

A post shared by Shilpa Shetty Kundra (@theshilpashetty) on

ଭିଡିଓରେ ଶିଳ୍ପା ହେଲିକପ୍ଟର ଉଡ଼ାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓକୁ ଏବେ ପର୍ଯ୍ୟନ୍ତ ୯ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି। ଏହି ଭିଡିଓରେ ଶିଳ୍ପାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଭିଡିଓକୁ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି ‘ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଯାଅ’। ଶିଳ୍ପାଙ୍କ ପାଇଲଟ ଅବତାରକୁ ଫ୍ୟାନ୍‌ମାନେ ପସନ୍ଦ କରି କମେଣ୍ଟ ମଧ୍ୟ ଦେଉଛନ୍ତି।

ପୂର୍ବରୁ ଶିଳ୍ପାଙ୍କ ଫିଟ୍‌ନେସ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ଶିଳ୍ପାଙ୍କର ବର୍ତ୍ତମାନ ୧୪ ମିଲିୟନ୍‌ ଫଲୋୟର୍ସ ଅଛନ୍ତି। ଖୁବ୍‌ଶୀଘ୍ର ଶିଳ୍ପାଙ୍କୁ ହଙ୍ଗାମା ଫିଲ୍ମର ସିକ୍ୱେଲରେ ଦର୍ଶକେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ସେ ପରେଶ ରାଓ୍ଵଲଙ୍କ ସହ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.