Below header

ଭୁବନେଶ୍ବର: ମାସ୍କ ପିନ୍ଧି ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ର ପରେଡ୍‌ ରିହରସାଲ, ଗାନ୍ଧି ମାର୍ଗରେ ଜାରି ହୋଇଛି ଟ୍ରାଫିକ କଟକଣା

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସକୁ ମଝିରେ ରହିଲା ଆଉ ତିନି ଦିନ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାତ୍ମାଗାନ୍ଧି ମାର୍ଗରେ ଆଜିଠୁ ପରେଡ୍‌ ରିହରସାଲ୍‌ ଆରମ୍ଭ ହୋଇଛି । ପରେଡକୁ ପରିଚାଳନା କରିବେ ଆଇପିଏସ୍‌ ଅଫିସର ତଥା କେସିଙ୍ଗା ଏସଡିପିଓ ଏସ୍‌. ସୁଶ୍ରୀ  । ମାସ୍କ ପିନ୍ଧି ପରେଡ୍‌ ରିହରସାଲ କରୁଛନ୍ତି ବିଭିନ୍ନ ଟ୍ରୁପ୍‌ । ଦୁଇଟି କଣ୍ଟିନଜେଣ୍ଟ ଓ ୪ଟି ବ୍ୟାଣ୍ଡ ପରେଡରେ ଅଂଶଗ୍ରହଣ କରିବେ ।

parade 2

କରୋନା ଯୋଗୁ ଏବର୍ଷ ସ୍କୁଲ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍‌ମାନେ ପରେଡରେ ଭାଗ ନେବେ ନାହିଁ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେବ ନାହିଁ । ପ୍ରଥମ ଥର ମାସ୍କ ପିନ୍ଧି ସମସ୍ତେ ପରେଡ୍‌ରେ ସାମିଲ ହେବେ । ସାଧାରଣତନ୍ତ୍ର ଦିବସ ଓ ପରେଡ୍‌ ଅଭ୍ୟାସ ପାଇଁ ଗାନ୍ଧି ମାର୍ଗରେ ଜାରି ହୋଇଛି ଟ୍ରାଫିକ କଟକଣା । ଏଥିର ସାଧାରଣତନ୍ତ୍ର ଦିବସରେ ମୁତୟନ ରହିବେ ୩୦ ପ୍ଲାଟୁନ୍‌ ଫୋର୍ସ । ପରେଡ୍‌ ସ୍ଥଳର ଚାରିପଟ ଓ ଆଖପାଖ ଅଞ୍ଚଳ CCTV ନିୟନ୍ତ୍ରଣରେ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.