Below header

ଆଜି ୭୦ତମ ସାଧାରଣତନ୍ତ୍ର ଦିବସ , ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗ ପ୍ରସ୍ତୁତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏହାପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୫୬ଟି ଟ୍ରୁଫ୍‌ ଭାଗ ନେଇଛନ୍ତି । ଆନ୍ଧ୍ର ପୋଲିସର ଟ୍ରୁପ୍‌ ସହ ମର୍ଚ୍ଚାଣ୍ଟ ନେଭିର ଏକ ଟ୍ରୁପ୍‌ ମଧ୍ୟ ସାମିଲ ହେଉଛନ୍ତି । ଏଥିରେ ଭାଗ ନେବେ ୯ଟି ପ୍ରଜ୍ଞାପନ ମେଢ଼ ଓ ୬ଟି ସାଂସ୍କୃତିକ ମେଢ଼ । ଚିତ୍ତାକର୍ଷକ ସ୍କେଟିଂ ସାଙ୍ଗକୁ ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଡେୟାର ଡେଭିଲ୍‌ ସୋ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ହେବ।

hjhj ରାଜ୍ୟସ୍ତରୀୟ ପରେଡ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁତୟନ ହୋଛନ୍ତି ୩୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ୧୪୦ ପୋଲିସ ଅଧିକାରୀ। ମହାତ୍ମାଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତରେ ଜାରି ହୋଇଛି ଟ୍ରାଫିକ କଟକଣା। କଟକରେ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଇଲାକାରେ ହାଇ ଆଲର୍ଡ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.