ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା

କେନ୍ୟୁଜ୍ : ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ସେ କହିଛନ୍ତି, ମୁଁ ଗର୍ବିତ, ମୋତେ ପଦ୍ମଶ୍ରୀ ପାଇଁ ଉପଯୁକ୍ତ ମନେ କରାଗଲା । ମୁଁ ଗର୍ବିତ, ଭାରତ ସରକାର ପଦ୍ମଶ୍ରୀ ପାଇଁ ମୋତେ ଉପଯୁକ୍ତ ଭାବିଲେ । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଏହି ସମୟରେ ପଦ୍ମଶ୍ରୀ ପୁରସ୍କାର ଭ୍ରମ ସୃଷ୍ଟି କରିବ । ଏହି ସମୟରେ ପୁରସ୍କାର ଗ୍ରହଣ କରିବା ତାଙ୍କୁ ଓ ସରକାରଙ୍କୁ ଅଡୁଆରେ ପକାଇବ ।

eeta୧୯୪୩ରେ ଦିଲ୍ଲୀର ଏକ ଖ୍ୟାତି ସଂପନ୍ନ ଓଡିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଗୀତା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହଟ୍ଟା । ଦିଲ୍ଲୀ ଓ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା ଗୀତା ସାହିତ୍ୟ, ସିନେମା ଓ ସାମ୍ବାଦିକତାରେ ପାରଦର୍ଶିତା ଲାଭ କରିଛନ୍ତି । ୧୪ରୁ ଅଧିକ ଟିଭି ଡକ୍ୟୁମେଣ୍ଟାରୀର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେବାସହ ୧୯୭୦-୭୧ରେ ଆମେରିକୀୟ ଟିଭି ନେଟୱର୍କ ଏନବିସିର ସାମ୍ବାଦିକ ଭାବେ କାର‌୍ୟ୍ୟ କରିଛନ୍ତି । ତେବେ ସାହିତ୍ୟର ସୃଜନଶୀଳତାରେ ଅଧିକ ଲୋକପ୍ରିୟ ହୋଇପାରିଥିଲେ । ଭାରତର ସଂସ୍କୃତି, ଇତିହାସ ଉପରେ ତାଙ୍କ ରଚିତ ପୁସ୍ତକ ଆଦୃତି ଲାଭ କରିବା ସହ ବେଷ୍ଟ ସେଲର ତାଲିକାରେ ସ୍ଥାନ ପାଇଛି । ତାଙ୍କ ରଚିତ କର୍ମ କୋଲା, ରାଜ, ଏ ରିଭର ସୂତ୍ର, ସ୍ନେକ୍‌ସ ଆଣ୍ଡ ଲାଡର ଓ ଏଟରନାଲ ଗଣେଶ ଆଦି ପୁସ୍ତକ ଅନେକ ସ୍ୱୀକୃତି ଲାଭ କରିଛି । ୨୧ଟି ବିଭିନ୍ନ ଭାଷାରେ ତାଙ୍କ ପୁସ୍ତକ ଅନୁବାଦ ହୋଇଛି। ସାହିତ୍ୟ ରଚନାରେ ତାଙ୍କର ସାମ୍ବାଦିକତା ଓ ପାରିବାରିକ ରାଜନୈତିକ ପୃଷ୍ଠଭୂମିର ଝଲକ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.