ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଦେଖନ୍ତୁ ତାଲିକା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ବରର ଲୋୟର ପିଏମଜିରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହ ସାଧାରଣତନ୍ତ୍ର ଦିବସ ରେ ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ ଓ ଆରଡିସି ଓ ଜିଲ୍ଲାପାଳ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁର- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

କଟକ- ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ନୟାଗଡ- ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ମୟୂରଭଞ୍ଜ- ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବରଗଗଡ- ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଅନୁଗୁଳ- ଆଇନ ମନ୍ତ୍ରୀ ପ୍ରତାପ ଜେନା

ସୋନପୁର- ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ

କେନ୍ଦୁଝର- ରାଜସ୍ୱ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ସୁନ୍ଦରଗଡ- ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ

ନୂଆପଡା- ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ଗଞ୍ଜାମ- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ

ମାଲକାନଗିରି- ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡା- ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ବାଲେଶ୍ୱର- ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଜଗତସିଂହପୁର- ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିହଗ୍ରାହୀ

କନ୍ଧମାଳ- ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ପୁରୀ- ମନ୍ତ୍ରୀ ରଘୁନନ୍ଦନ ଦାସ

ନବରଙ୍ଗପୁର- ମନ୍ତ୍ରୀ ପଦ୍ମିନୀ ଦିଆନ

କୋରାପୁଟ- କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆରଡିସି, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡିରେ ସ୍ଥାନୀୟ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ମାର୍ଗଦର୍ଶିକା ପୂର୍ବରୁ ଜାରି କରାଯାଇଛି। ମନ୍ତ୍ରୀମାନଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ଵାଧୀନତା ସଂଗ୍ରାମୀ, ସହିଦ ଓ ରାଷ୍ଟ୍ରର ଜୟଗାନରେ ସୀମିତ ରହିବ। ଏଥିରେ କୌଣସି ପ୍ରକାର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। ମନ୍ତ୍ରୀମାନେ ନିଜ ଜିଲ୍ଲାରେ ଅତିଥି ହୋଇପାରିବେ ନାହିଁ ବୋଲି ମଧ୍ୟ କମିସନଙ୍କ ନିର୍ଦ୍ଦେଶ ରହିଛି। ସେହିପରି ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି।