Below header

ଖଲ୍ଲିକୋଟରେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ହତ୍ୟା ମାମଲାରେ ଆସିଲା ରାୟ, ୫ ଦୋଷୀଙ୍କୁ ଆଜୀବନ କାରା ଦଣ୍ଡାଦେଶ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆସିଲା ରାୟ। ୫ ଜଣଙ୍କୁ ଆଜୀବନ କରାଦଣ୍ଡାଦେଶ କରିଛନ୍ତି ଖଲ୍ଲିକୋଟ ଏଡିଜେ। ୫ବର୍ଷ ପରେ ରାୟ ପ୍ରକାଶ ପାଇଛି। ୨୦୧୪ ମସିହାରେ ମେ ୨୭ ତାରିଖରେ ଖଲ୍ଲିକୋଟ କଲେଜ ନିକଟ ଜାତୀୟ ରାଜପଥରେ ତରୁଣଙ୍କୁ କିଛି ଦୁର୍ବୃତ୍ତ ଗଳାକାଟି ନୃଶଂସ ଭାବରେ ହତ୍ୟା କରିଥିଲେ। ମାମଲା ତଦନ୍ତ କରି କ୍ରାଇମବ୍ରାଞ୍ଚ କାଜୁ ବ୍ୟବସାୟୀ ଶ୍ୟାମସୁନ୍ଦର ପୃଷ୍ଟିକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରି କରିଥିଲା। ତାଙ୍କ ସହ ଆଉ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.