ବିଶ୍ୱକପରେ ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ମାତ୍ର ୧୮ ରନ୍ କରି ପାଭିଲନ୍ ଫେରିଲେ ରୋହିତ ଶର୍ମା

ବିଶ୍ୱକପରେ ଇଣ୍ଡିଆ-ଇଣ୍ଡିଜ ମୁକାବିଲା। ମଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ପ୍ରଥମରୁ ଚାପରେ ରହିଛି ଟିମ୍ ଇଣ୍ଡିଆ। ମାତ୍ର ୧୮ ରନ୍ କରି ପାଭିଲନ୍ ଫେରିଛନ୍ତି ବିସ୍ଫୋରକ ଓପନର ରୋହିତ ଶର୍ମା। ଦଳୀୟ ସ୍କୋର ୨୯ ରନ୍ ବେଳେ ତାଙ୍କୁ ଆଉଟ୍ କରିଥିଲେ କାମେର ରଚ୍ ଆଉଟ୍ କରିଥିଲେ। ଏହାପରେ ଇନିଂସ ସମ୍ଭାଳିଛନ୍ତି ଲୋକେଶ ରାହୁଲ ଓ କ୍ୟାପଟେନ୍ ବିରାଟ କୋହଲି। ଆଜିର ମ୍ୟାଚ ଜିତି ସେମି ଫାଇନାଲ୍ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ। ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୫ଟି ମ୍ୟାଚରୁ ୯ ପଏଣ୍ଟ ପାଇଁ ବିଶ୍ୱକପ୍ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି।

ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନକୁ ଧୂଳି ଚଟେଇଛି କୋହଲି ବାହିନୀ। ବର୍ଷା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହୋଇଥିଲା। ସେପଟେ ଟକ୍କର ଦେବାକୁ ସମସ୍ତ ଦକ୍ଷତା ରଖିଛି େଓ୍ଵଷ୍ଟଇଣ୍ଡିଜ। ଭାରତକୁ ଚକ୍ମା ଦେବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇଛି କାରାବେଆନ୍ ବାହିନୀ। ତେଣୁ ଆଜିର ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.