ମାରୁତି ଲଞ୍ଚ କରୁଛି ଅତ୍ୟାଧୁନିକ ଇଲେକଟ୍ରିକ୍‌ କାର, ଥରେ ଚାର୍ଜ କଲେ ଚାଲିବ ୨୦୦ କିଲୋମିଟର

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ବିକ୍ରତା କମ୍ପାନୀ ମାରୁତି ନିଜ ଗ୍ରାହକଙ୍କୁ ଦେବାକୁ ଯାଉଛି ଦମଦାର ଉପହାର। ଏନେଇ ଖୁବ ଶୀଘ୍ର ଓ୍ଵାଗନରର ଇଲେକଟ୍ରିକ୍‌ ଭର୍ସନ ଲଞ୍ଚ କରିବାକୁ ଯାଉଛି ମାରୁତି । କମ୍ପାନୀ ଏହାର ଟେଷ୍ଟିଂ ଆରମ୍ଭ କରିଥିବା ବେଳେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଏହାକୁ ସ୍ପଟ କରାଯାଇଛି। ଟେଷ୍ଟିଂରେ ପାଖାପାଖି ୫୦ଟି ଇଲେକଟ୍ରୋନିକ କାରକୁ ସାମିଲ କରାଯାଇଛି।

ଆସନ୍ତୁ ନଜର ପକାଇବା କଣ ରହିଛି ଏହି କାରର ଖାସ ଫିଚର

ବିଏସ ୬ଏମିସନ୍‌ ଷ୍ଟାଣ୍ଡାର୍ଡକୁ କାୟମ୍‌ ରଖିବା ପାଇଁ ମାରୁତି ପୂର୍ବରୁ ହିଁ ନିଜ କାର ମାନଙ୍କରେ ଡିଜେଲ ଇଞ୍ଜିନର ବ୍ୟବହାରକୁ ବନ୍ଦ କରିଛି। ଏନେଇ ବିଏସ୬ ମାନକ କାରର ବିକ୍ରି ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ କରୁଛି କମ୍ପାନୀ । ତେବେ ଏଥି ସହ ସିଏନଜି ଏବଂ ଇଲେକଟ୍ରୋନିକ କାର ମାନଙ୍କ ଉପରେ ଅଧିକ ଧ୍ୟାନ ଦେବ ବୋଲି ଘୋଷଣା କରିଛି ମାରୁତି ।

maruti electric

ନେକ୍ସାରେ ବିକ୍ରି ହୋଇଥାଏ ମାରୁତିର ପ୍ରିମିୟମ୍‌ କାର

ଖବର ମୁତାବକ, ଭାରତୀୟ ମାର୍କେଟକୁ ମାରୁତିର ଆସିବାକୁ ଥିବା ଇଲେକଟ୍ରୋନିକ କାର ଦେଶ ତମାମ୍‌ ୨୫୦ରୁ ଅଧିକ ନେକ୍ସା ଶୋରୁମରେ ବିକ୍ରି ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ, ନେକ୍ସା ଶୋରୁମ୍‌ ଗୁଡିକରେ ମାରୁତିର ପ୍ରିମିୟମ୍‌ ଗାଡିର ବିକ୍ରି କରାଯାଇଥାଏ ଯାହା ମଧ୍ୟରେ ମାରୁତି ସୁଜୁକି ଇଗ୍ନିସ୍‌, ମାରୁତି ସୁଜୁକି ବାଲେନୋ, ମାରୁତି ସୁଜୁକି ସିୟାଜ୍‌ ଏବଂ ମାରୁତି ସୁଜୁକି ଏସ-କ୍ରସ ସାମିଲ ରହିଛି। ଏହି ଗାଡି ଗୁଡିକ ମାରୁତିର ସର୍ବାଧିକ ବିକ୍ରି କାର ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ।

maruti

ମାରୁତି ନିଜର ଇଲେକଟ୍ରୋନିକ ଓ୍ଵାଗନରର ବିକ୍ରି ଆସନ୍ତା ବର୍ଷରୁ ଆରମ୍ଭ କରିବାକୁ ଯାଉଛି। ତେବେ କମ୍ପାନୀ ଇଲେକଟ୍ରିକ୍‌ କାରର ଭବିଷ୍ୟ ଦେଖି ଲିଥିୟମ୍‌-ଆୟନ ବ୍ୟାଟେରୀର ମଧ୍ୟ ନିର୍ମାଣ କରୁଛି। ମାରୁତି ଏନେଇ ଟୟୋଟୋ କମ୍ପାନୀ ସହ ପାର୍ଟନରସିପ୍‌ କରିଛି।

ମାରୁତି ଓ୍ଵାଗନର ଇଲେକଟ୍ରିକ ଭର୍ସନର ମୂଲ୍ୟ ୮ ଲକ୍ଷ ପର୍ଯ୍ୟନ୍ତ ରହିପାରେ। ସେହିପରି ଏହା ସିଙ୍ଗଲ ଚାର୍ଜରେ ୨୦୦କିମି ଦୂର ଯାତ୍ରା କରିପାରିବ। ଏହାକୁ ଶୀଘ୍ର ଚାର୍ଜ କରିବା ପାଇଁ ଫାଷ୍ଟ ଚାର୍ଜିଂର ମଧ୍ୟ ଅପସନ୍‌ ଦିଆଯାଇଛି। ଇଲେକଟ୍ରିକ ମାରୁତି କାରର ସଫଳ ଲଞ୍ଚିଂ ପରେ କମ୍ପାନୀ ଏହାର ଅନ୍ୟ କାର ଗୁଡିକର ଇଲେକଟ୍ରିକ୍‌ ଭର୍ସନ ଲଞ୍ଚ କରିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.