Below header

ଭାରତରେ ଲଞ୍ଚ ହେଲା ଶସ୍ତା ଇୟରଫୋନ୍, ଦାମ୍ ମାତ୍ର ୪୯୯ ଟଙ୍କା

ବଜେଟ ଓଡିଓ ବ୍ରାଣ୍ଡ ସାଉଣ୍ଡ ୱାନ ଭାରତରେ ନିଜର ଏକ ଶସ୍ତା ଇୟରଫୋନ ଲଞ୍ଚ କରିଛି, ଯାହାର ଦାମ ମାତ୍ର ୪୯୯ ଟଙ୍କା। ସାଉଣ୍ତ ୱାନର ଏହି ଇୟରଫୋନର ନାମ Sound One E୨୦ ଅଟେ। ଏହି ଇୟରଫୋନକୁ ଫ୍ଲିପକାର୍ଟ ଏବଂ ପେଟିଏମର ଅନଲାଇନ ଷ୍ଟୋରରୁ କିଣି ପାରିବେ।

ଏଥିରେ କନେକଟିଭିଟୀ ପାଇଁ ୩.୫ ଏମଏମର କନେକ୍ଟର ରହିଛି। ଏମିତିରେ ଏହାକୁ ଅନେକ ଉପାୟରେ ମଧ୍ୟ ବ୍ୟବହାର କରାଯାଇପାଇପାରେ ଯଥା ଫୋନ୍, ଟ୍ୟାବଲେଟ୍ ଏବଂ ଲାପଟପ। ଏହାଛଡା ଏଥିରେ ମାଇକ ସପୋର୍ଟ ରହିଛି। ଏମିତିରେ ଆପଣ ଏଥିରେ ସହଜରେ କଥା ହୋଇପାରିବ।

Sound Oneମାଇକ୍ରୋଫୋନ ସହିତ ଏକ ବଟନ ମଧ୍ୟ ଦିଆଯିବ। ଏହାର ଉଜନ ୩୨ ଗ୍ରାମ। କମ୍ପାନୀ ଦାବି କରିଛି ଯେ ଏଥିରେ ବହୁତ ଭଲ ବେସ୍ ଦିଆଯାଇଛି। ସାଉଣ୍ଡ ୱାନର ଏହି ଇୟରଫୋନର ମୁକାବିଲା ରିୟଲମି ବଡସ୍, ଏମଆଇ ବେସିକ୍ ଏବଂ Ant Audio Wave ୭୦୨ ଭଳି ଇୟରଫୋନ ସହିତ ହେବ ଯାହାର ଦାମ ପ୍ରାୟ ୫୦୦ ଟଙ୍କା।

କହିବାକୁ ଚାହିଁବୁ ଯେ ଏହା ପୂର୍ବରୁ ସାଉଣ୍ଡ ୱାନ୍ ନିଜର ୱୟାରଲେସ୍ ଇୟରଫୋନ  One X୮୦କୁ ଲଞ୍ଚ କରିଥିଲା ଯାହାର ଦାମ ଆମାଜନରେ ୧,୮୯୦ ଟଙ୍କା ଅଟେ। ଏହି ହେଡଫୋନର ରିଭ୍ୟୁ ମଧ୍ୟ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.