ବାଲେଶ୍ୱର(କେନ୍ୟୁଜ୍): ଫେସବୁକ୍ ବନ୍ଧୁତାରୁ ୩୦ ଲକ୍ଷ ହରାଇଲେ ଅବସରପ୍ରାପ୍ତ କର୍ମଚାରୀ । ୩୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜଣେ ବିଦେଶୀ ନାଗରିକକୁ ଗିରଫ ପରେ ୩ ଦିନିଆ ରିମାଣ୍ଡରେ ଆଣିଲା ବାଲେଶ୍ୱର ସାଇବର ଥାନା ପୋଲିସ ।
ନାଇଜେରିଆର ବାସିନ୍ଦା ଜଣେ ଝିଅର ପରିଚୟ ଦେଇ ଫେସବୁକରେ ହୋନିଟ୍ରାପ କରି ବାଲେଶ୍ୱର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନିକଟରୁ ଠକି ନେଇଛନ୍ତି ୩୦ ଲକ୍ଷ ଟଙ୍କା। ତାଙ୍କ ନିକଟରୁ ୨ଟି ଭିସା ,ଗୋଟିଏ ଲାପଟପ୍ ଏବଂ ୬ଲକ୍ଷ ଟଙ୍କାର ୩ଟି ଆକାଉଣ୍ଟକୁ ଜବତ କରାଯାଇଛି ।
ଦିଲ୍ଲୀରେ ରହି ସୋସିଆଲ ମିଡିଆରେ ଠକୁଥିବା ଏହି ବିଦେଶୀ ଠକକୁ ଦିଲ୍ଲୀ ପୋଲିସ ଧରିବା ପରେ ୩ ଦିନିଆ ରିମାଣ୍ଡରେ ଆଣିଛି ବାଲେଶ୍ୱର ସାଇବର ପୋଲିସ ।