Below header

ଭୁବନେଶ୍ୱରରେ ଆସି ପହଞ୍ଚିଲା ଅବସର ପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ୱରରେ ଆସି ପହଁଚିଲା ଅବସର ପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ମର ଶରୀର | ଅବସରପ୍ରାପ୍ତ ବରିଷ୍ଠ IAS ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ସୋମବାର ପରଲୋକ ହୋଇଥିଲା । ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ୬୭ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଓଡିଶା ଅଣାଯିବା ପାଇଁ ପ୍ରୟାସ କରାଯାଇଥିଲା ।

ସେ ଓଡିଶା ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଉଚ୍ଚ ପଦପଦବୀରେ ଦାୟିତ୍ୱ ନିଷ୍ଠା ଓ ଦକ୍ଷତାପୂର୍ଣ୍ଣ ସହ ତୁଲାଇଥିଲେ । ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ରହିବା ସହ ରାଜ୍ୟର ବିଭିନ୍ନ ସଂଗଠନ ଦାୟିତ୍ୱରେ ମଧ୍ୟ ରହିଥିଲେ । ଭୁବନେଶ୍ୱର କ୍ଲବ୍‌, ଜୁଡୋ ସଂଘ, ସହିଦ ସ୍ପୋର୍ଟିଂ କ୍ଲବ୍ ଆଦିର ସଭାପତି ଭାବେ ସେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.