ଆଶୀର୍ବାଦ ପାଲଟିଲା କରୋନା, ଲକ୍‌ଡାଉନ୍‌ ଯୋଗୁ ୬୫ ପ୍ରତିଶତ କମିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର

କରୋନା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ କିଛିଟା କ୍ଷେତ୍ରରେ ଏହା ଆଶୀର୍ବାଦ ସାବ୍ୟସ୍ତ ହେଇଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ଠପ୍‌ ହୋଇଥିବା ବେଳେ ଏହା ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହୋଇଛି। ଲକ୍‌ଡାଉନ୍‌ କାରଣରୁ ଲୋକମାନେ ଘରୁ ବାହାରିନଥିବାରୁ ଏହି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଗତବର୍ଷ ତୁଳନାରେ ୬୫ ପ୍ରତିଶତ ହ୍ରାସ ପାଇଛି।

Road mishaps decreased by 51.1 pc during lockdown, compared to ...

କରୋନା ଲକ୍‌ଡାଉନ୍‌ ଯୋଗୁ ମାର୍ଚ୍ଚ ୨୪ରୁ ମେ ୩୧ ମଧ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ପ୍ରାୟ ୬୫ ପ୍ରତିଶତ ହ୍ରାସ ପାଇଛି। ଏହି ଲକ୍‌ଡାଉନ୍‌ ସମୟରେ ୮୩୬ଟି ଦୁର୍ଘଟଣା ଘଟିଥିବା ବେଳେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୭୨୨ ଜଣ ଗୁରୁତର ହୋଇଛନ୍ତି। ଗତ ବର୍ଷ ଏହି ସମୟ ମଧ୍ୟରେ ୨୧୦୭ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮୭ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୨୧୭୫ ଜଣ ଗୁରୁତର ହୋଇଥିଲେ।

Two killed in road accident in Noida - उत्तर प्रदेश ...

ସେହିପରି ଚଳିତବର୍ଷ ଏପ୍ରିଲରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୧୮ ଥିବା ବେଳେ ଗତବର୍ଷ ୪୫୮ ଥିଲା। ୨୦୧୯ ତୁଳନାରେ ୨୦୨୦ରେ ଏହା ପ୍ରାୟ ୭୪ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ଏପ୍ରିଲରେ ମୋଟ ୮୭୭ଟି ଦୁର୍ଘଟଣା ହୋଇଥିବା ବେଳେ ଏବର୍ଷ ମାତ୍ର ୨୩୧ଟି ଦୁର୍ଘଟଣା ଘଟିଛି।

Road Accidents in Madhya Pradesh Road accidents decreased in ...

ସେହିପରି ମେ’ ମାସରେ ମଧ୍ୟ ଏହି ହାର କମିଛି। ମେ ମାସରେ ସଡ଼କ ଦୁର୍ଘଟଣାରେ ୨୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୪୯୪। ଏହି ହାର ପ୍ରାୟ ୫୧ ପ୍ରତିଶତ କମିଛି। ଗତ ବର୍ଷ ମୋଟ ୯୫୩ଟି ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ରେ ୫୫୧ଟି ଦୁର୍ଘଟଣା ହୋଇଛି। ଏହି ଆକଳନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲକ୍‌ଡାଉନ୍‌ ଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.