Below header

ଶ୍ରୀମନ୍ଦିରରେ ଜାଗର ପାଇଁ ପ୍ରସ୍ତୁତି ବୈଠକ, ଶିବରାତ୍ରି ପାଇଁ ଚୂଡ଼ାନ୍ତ ହେଲା ନୀତିକାନ୍ତି

ପୁରୀ : ଆସନ୍ତା ୪ ତାରିଖରେ ଜାଗର ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ କିଭଳି ହେବ ନୀତିକାନ୍ତି ସେନେଇ ପୁରୀରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଶିବରାତ୍ରି ପାଇଁ ନୀତି ଚୂଡ଼ାନ୍ତ କରାଯାଇଥିବା ବେଳେ ରାତି ସାଢେ ୧୨ଟାରେ ଦ୍ୱାର ଖୋଲିବା ସହ ରାତି ୨ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ । ରାତି ୨ଟାରୁ ୩ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବା ନେଇ ନୀତି ଚୂଡ଼ାନ୍ତ ହୋଇଛି । ଏଥିସହ ପାନୀୟ ଜଳ, ପରିମଳ, ଶାନ୍ତିଶୃଙ୍ଖଳା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପଙ୍କୋଧର ଏକାଦଶୀ ଓ ମହାଶିବ ରାତ୍ରିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସପି ଉମାଶଙ୍କର ଦାଶ ଓ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.