Below header

ସେଲ୍ଫି ପାଇଁ ନୱାଜୁଦ୍ଦିନଙ୍କ ତଣ୍ଟି ଧରି ଟାଣି ଅଣିଲେ ଫ୍ୟାନ୍, ଦେଖନ୍ତୁ ଭିଡିଓ

ଫ୍ୟାନ୍ ମାନଙ୍କ ପାଇଁ ବଲିଉଡ୍ ଫିଲ୍ମ ଏକ ପ୍ରକାର ଲାଇଫ୍ ଲାଇନ୍ ପରି ଆଉ ଫିଲ୍ମ ଷ୍ଟାର୍ ଭଗବାନଙ୍କ ପରି । ନିଜ ପ୍ରିୟ ଷ୍ଟାରଙ୍କ ଗୋଟିଏ ଝଲକ୍ ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଚାଲିଯାଇପାରନ୍ତି ପ୍ରଶଂସକ । କିଛି ଫ୍ୟାନ୍ସ ହଜାର ହଜାର କିଲୋମିଟର ଆସି ଷ୍ଟାରଙ୍କ ଘର ବାହାରେ ଅପେକ୍ଷା କରିଥାନ୍ତି । ସେହିପରି କିଛି ପ୍ରଶଂସକ ଅଟୋଗ୍ରାଫ୍ ପାଇଁ ଷ୍ଟାରଙ୍କ ପଛରେ ଦୌଡୁଥିବାର ଦେଖିଥିବେ ।

ନିକଟରେ ଏମିତି କିଛି ଘଟଣା ଘଟିଯାଇଛି ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ସହ । ଜଣେ ପ୍ରଶଂସକ ପାର କରିଯାଇଛନ୍ତି ସବୁ ସୀମା । ଗୋଟିଏ ସେଲଫି ପାଇଁ ନୱାଜୁଦ୍ଦିନଙ୍କ ତଣ୍ଟି ଧରି ଟାଣି ଆଣିଥିଲେ । ଘଟଣାଟି ହୋଇଛି କାନପୁରରେ, ଯେତେବେଳେ ନିଜର ଆଗାମୀ ଫିଲ୍ମ ରାତ୍ ଅକେଲୀ ହୈ ର ସୁଟିଂ ପାଇଁ ଆସିଥିଲେ । ନିଜ ପିୟ ଷ୍ଟାରଙ୍କ ଗୋଟିଏ ଝଲକ ପାଇଁ ଏଭଳି ଉତ୍ସାହିତ ହୋଇଗଲେ ଫ୍ୟାନ୍ସ ଯେ ଭୁଲିଗଲେ ନୱାଜୁଦ୍ଦିନ୍ ତାଙ୍କ ଅତିଥି ମଧ୍ୟ । ଆଉ ଗୋଟିଏ ସେଲଫି ପାଇଁ ଜଣେ ଫ୍ୟାନ୍ ତାଙ୍କ କୋଲର୍ ଧରି ପଛ ଆଡକୁ ଟାଣି ଆଣିଲେ ।

ତେବେ ଠିକ୍ ସମୟରେ ସିକ୍ୟୁରିଟି ଗାର୍ଡ ନୱାଜୁଦ୍ଦିନଙ୍କୁ ସେଠାରୁ ବାହାର କରିନେଇଥିଲେ । ନଚେତ୍ କଣ ହୋଇଥାଆନ୍ତା ତାହା ଭଗବାନ୍ ଜାଣନ୍ତି । ତେବେ କୌଣସି ଫିଲ୍ମ ଷ୍ଟାରଙ୍କ ଏଭଳି ଘଟଣା ହେବା ଏହା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଷ୍ଟାର୍ ଏଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି ।

ଦେଖନ୍ତୁ ଭିଡିଓ :

 

View this post on Instagram

 

Crazy selfie fan #nawazudinsiddiqui #kanpur

A post shared by Viral Bhayani (@viralbhayani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.