ସେହୱାଗ କହିଲେ “ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁ”, ଜାଣନ୍ତୁ କଣ କହିଲେ କ୍ରିକେଟ ତାରକା

ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣର ୧୨ ଦିନ ପରେ ଭାରତ ପାକିସ୍ତାନକୁ ଦେଇଛି କଡ଼ା ଜବାବ। ଆକ୍ରମଣର ୧୨ ଦିନ ପରେ ସମୁଦାୟ ୧୨ଟି ଯୁଦ୍ଧ ବିମାନରେ କରାଯାଇଛି ପିଓକେ ଅଞ୍ଚଳରେ ଆକ୍ରମଣ। ଏହି ଖବର ମିଡିଆକୁ ଆସିବା ପରେ ଦେଶରେ ଖୁସିର ସୁଅ ଛୁଟିବାରେ ଲାଗିଛି। ସବୁଆଡ଼େ ଶୁଣିବାକୁ ମିଳୁଛି ଜୟ ହିନ୍ଦର ନାରା। ଏନେଇ ଦେଶର ବିଭିନ୍ନ ବର୍ଗ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଆସନ୍ତୁ ଦେଖିବା କଣ କହୁଛନ୍ତି ଭାରତୀୟ କ୍ରିକେଟର।

ମିଡିଆ ରିପୋର୍ଟ ମୁତାବକ, ଭାରତୀୟ ବାୟୁସେନା ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ଜରିଆରେ ପାକିସ୍ତାନ ସୀମା ମଧ୍ୟରେ ପଶି ବାଳାକୋଟ ଏବଂ ଚକୋଟି ସ୍ଥାନରେ ଏକ ହଜାର କିଲୋର ବମ୍ ପକାଇଛନ୍ତି। ଏଥିରେ ପାକିସ୍ତାନର ଅନେକ ଲଞ୍ଚ ପ୍ୟାଡ଼, ଆତଙ୍କବାଦୀ ସଂଗଠନର ଠିକଣା ନଷ୍ଟ ହୋଇଯାଇଛି। ଏପରିକି ଏଥିରେ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଜୈସର ଅଲ୍ଫା-୩ର କଣ୍ଟ୍ରୋଲ ରୁମ୍ ମଧ୍ୟ ମାଟିରେ ମିଶିଯାଇଛି।

 

View this post on Instagram

 

The boys have played really well #sudharjaaowarnasudhaardenge #airstrike #homedelivery

A post shared by Virender Sehwag (@virendersehwag) on

-ଆକ୍ରମଣ ପରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବା ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହେୱାଗ୍ ଏବଂ ଗୌତମ ଗମ୍ଭୀର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେହେୱାଗ ଭାରତୀୟ ବାୟୁ ସେନାକୁ ସଲାମ୍ କରିବା ସହ ତାଙ୍କୁ ସୁଧରିଯିବାକୁ ଆଦେଶ ଦେଇଛନ୍ତି।


-ଏଥିସହ ଗୌତମ ଗମ୍ଭୀର ଭାରତୀୟ ବାୟୁ ସେନାକୁ ସଲାମ୍ ଜଣାଇବା ସହ, ତାଙ୍କୂ ଜୟ ହିନ୍ଦ୍ ବାର୍ତ୍ତା ଜଣାଇଛନ୍ତି। ଏହି ତାଲିକାରେ ଅନ୍ୟନ୍ୟ କ୍ରିକେଟର ମଧ୍ୟ ସାମିଲ ରହିଛନ୍ତି।