Below header

ପୁରା ହେଲା ପୁଲଓ୍ଵାମା ପ୍ରତିଶୋଧ, ସେନାଙ୍କ ଏହି କବିତା ପଢି ଗର୍ବରେ ଚଉଡା ହୋଇଯିବ ଆପଣଙ୍କ ଛାତି

ପ୍ରତିଦିନ ପରି ଆଜି ମଧ୍ୟ ହୋଇଥିଲା ସୂର୍ଯ୍ୟୋଦୟ । ପ୍ରତିଦିନ ପରି ଆଜି ମଧ୍ୟ ସକାଳ ଦେଖିଥିଲେ ଭାରତବାସୀ । ହେଲେ ଆଜିର ସକାଳ ଥିଲା ଅନ୍ୟଦିନଠୁ ଅନେକ ଅଲଗା । ଆଜିର ସୂର୍ଯ୍ୟୋଦୟ ନେଇ ଆସିଥିଲା ଦେଶବାସୀଙ୍କ ପାଇଁ ଖୁସିଖବର । ୧୨ ଦିନ ଧରି ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା । ୪୦ ବଦଳରେ ୩୦୦ । ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲା ପୁଲଓ୍ଵାମା ଆକ୍ରମଣ । ଆଉ ପ୍ରତିବଦଳରେ ପାକିସ୍ତାନରେ ପଶି ୩୦୦ ଆତଙ୍କୀଙ୍କୁ ସଫା କରିଆସିଲା ଭାରତ ।

ଏହା ସହ ପଢନ୍ତୁ ସର୍ଜିକାଲ ଷ୍ଟାଇକ୍-୨ରେ ବ୍ୟବହାର କରାଗଲା ମିରାଜ୨୦୦୦, ଜାଣନ୍ତୁ ଏହି ବିମାନର ସ୍ବତନ୍ତ୍ରତା

ପୁଲୱାମା ଆକ୍ରମଣର ୧୨ ଦିନ ପରେ ଆତଙ୍କବାଦୀଙ୍କୁ ସାବାଡ କରିଛି ଭାରତ। ପିଓକେରେ ଜୈଶ-ଏ-ମହମ୍ମଦ ବଙ୍କର୍‌ ଧ୍ୱଂସ କରିଛି ଭାରତୀୟ ସେନା। ୨୧ ମିନିଟ୍‌ର ଅପରେସନ୍‌, ୧୨ଟି ମିରାଜ ଲଢୁଆ ଯୁଦ୍ଧ ବିମାନ, ହଜାରେ କିଲୋର ବୋମା ବିସ୍ଫୋରଣ ହୋଇଥିଲା। ନିପାତ ହୋଇଛନ୍ତି ପାଖାପାଖି ୩ଶହ ଆତଙ୍କୀ। ମଙ୍ଗଳବାର ବିଳମ୍ବିତ ରାତି ୩ଟା ୩୦ରେ ଆରମ୍ଭମ୍‌ ହୋଇଥିଲା ସିକ୍ରେଟ ଅପରେସନ୍‌। ମିରାଜ୍‌ ୨୦୦୦ ଲଢୁଆ ଯୁଦ୍ଧ ବିମାନ ପାର କରିଥିଲା ଏଲଓସି। ୩ଟା ୪୫ରୁ ୩ଟା ୫୩ ମଧ୍ୟରେ ପାକିସ୍ତାନର ଖାଇବର ପଙ୍ଖତୁଙ୍ଖଓ୍ଵା ପ୍ରଦେଶରେ ବାଲାକୋଟରେ ଆତଙ୍କୀ ଶିବିର ଉପରେ ଆକାଶମାର୍ଗରୁ ବର୍ଷିଥିଲା ବୋମା। ଏଠାରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ୍‌ ମୁଜାହିଦ୍ଦିନର ଟ୍ରେନିଂ କ୍ୟାମ୍ପ ଥିଲା। ଏଲଓସିରୁ ବାଲାକୋଟାର ଦୂରତା ପାଖାପାଖି ୫୦ କିଲୋମଟର ହେବ। ସେହିପରି ୩ଟା ୪୮ରୁ ୩ଟା ୫୫ ଭିତରେ ପିଓକେରେ ଥିବା ମୁଜାଫରାବାଦା ସେକ୍ଟରରେ ବି ହମଲା କରିଥିଲା ଭାରତୀୟ ବାୟୁସେନା। ମିରାଜ ପକାଇଥିଲା ହଜାରେ କିଲୋର ବୋମା। ପରେ ୩ଟା ୫୮ରୁ ୪ଟା ୪ ମିନିଟ ଭିତରେ ଚକୌଟୀ ସେକ୍ଟରରେ ୧୨ ମିରାଜ-୨୦୦୦ ଲଢୁଆ ଯୁଦ୍ଧ ବିମାନରୁ ଶକ୍ତିଶାଳୀ ବୋମା ପକାଯାଇଥିଲା। ଧ୍ୱଂସ ହୋଇଥିଲା ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଓ ଲଞ୍ଚ ପ୍ୟାଡ୍‌। ପୁରା ଅପରେସନ୍‌ ଭୋର ୩ଟା ୪୫ରୁ ଆରମ୍ଭ ହୋଇ ୪ଟା ୪ ମିନିଟରେ ଶେଷ ହୋଇଥିଲା। ଯେଉଁଥିଲେ ୨୦୦ରୁ ୩୦୦ ଆତଙ୍କବାଦୀ ସଫା ହୋଇଥିବା ସୂଚନା ମିଳିଛି।

ଦେଶବାସୀଙ୍କ ପାଇଁ ସାଲାଇନର କାମ କରିଛି ଏହି ଖବର । ସବୁଆଡେ ପ୍ରଶଂସା ଏବଂ ଶୁଭେଚ୍ଛାର ସୁଅ । ତେବେ ଏହା ମଧ୍ୟରେ ଭାଇରାଲ୍‌ ହେବାରେ ଲାଗିଛି ଭାରତୀୟ ସେନାଙ୍କ ଦ୍ୱାରା ହୋଇଥିବା ଟୁଇଟ୍‌ । ଥରେ ପଢନ୍ତୁ ଏହି କବିତା । ଗର୍ବରେ ଚଉଡା ହୋଇଯିବ ଆପଣଙ୍କ ଛାତି ।

ପଢନ୍ତୁ ପୁରା କବିତା 

क्षमा, दया, तप, त्याग, मनोबल
सबका लिया सहारा
पर नर व्याघ्र सुयोधन तुमसे
कहो, कहां, कब हारा?

क्षमाशील हो रिपु-समक्ष
तुम हुये विनत जितना ही
दुष्ट कौरवों ने तुमको
कायर समझा उतना ही।

अत्याचार सहन करने का
कुफल यही होता है
पौरुष का आतंक मनुज
कोमल होकर खोता है।

क्षमा शोभती उस भुजंग को
जिसके पास गरल हो
उसको क्या जो दंतहीन
विषरहित, विनीत, सरल हो।

तीन दिवस तक पंथ मांगते
रघुपति सिन्धु किनारे,
बैठे पढ़ते रहे छन्द
अनुनय के प्यारे-प्यारे।

उत्तर में जब एक नाद भी
उठा नहीं सागर से
उठी अधीर धधक पौरुष की
आग राम के शर से।

सिन्धु देह धर त्राहि-त्राहि
करता आ गिरा शरण में
चरण पूज दासता ग्रहण की
बँधा मूढ़ बन्धन में।

सच पूछो, तो शर में ही
बसती है दीप्ति विनय की
सन्धि-वचन संपूज्य उसी का
जिसमें शक्ति विजय की।

सहनशीलता, क्षमा, दया को
तभी पूजता जग है
बल का दर्प चमकता उसके
पीछे जब जगमग है।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.