ନୋକିଆ ଏବଂ ଏୟାରଟେଲ ମିଶାଇଲେ ହାତ, ଖୁବ୍ ଶୀଘ୍ର ଆରମ୍ଭ ହେବ ୫ଜିର ଟ୍ରାଏଲ୍

ନୂଆଦିଲ୍ଲୀ : ମୋବାଇଲ ନିର୍ମାତା କମ୍ପାନୀ ନୋକିଆ ଖୁବ୍ ଶୀଘ୍ର ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ସହିତ ଟାଇଲ କରିବାକୁ ଯାଉଛି ୫ଜି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଦୁଇ କମ୍ପାନିର ମିଳନରେ ୪ଏ ଏବଂ ୫ଏ ଏଣ୍ଟରପ୍ରାଇସ ସର୍ଭିସ୍ କୁ ସପୋର୍ଟ କରୁଥିବା ନୂଆ ଫ୍ରଣ୍ଟହାଲ ସଲ୍ୟୁସନକୁ ପରୀକ୍ଷା କରାଯିବ। ଦୁଇ କମ୍ପାନୀ ମିଳିତ ଭାବେ ଦେଶରେ ୫ଏ ସର୍ଭିସର ବିସ୍ତାର କରିବା ସହ ଏକା ସହତ କାମ କରିବେ।

ଏୟାରଟେଲ ନେଟୱର୍କ ପ୍ରଥମେ ଫ୍ରଣ୍ଟହାଲର ପରୀକ୍ଷା ଆରମ୍ଭ କରିବ। ଏହା ଦ୍ବାରା କମ୍ପାନୀ ନିଜର ୫ଏ ନେଟୱର୍କକୁ ସଠିକ୍ ଭାବେ ବିସ୍ତାର କରିପାରିବ। ବିଗତ କିଛି ସମୟ ହେବ ମୋବାଇଲ ବ୍ୟବହାର କରୁଥିବା ଗ୍ରାହକଙ୍କ ଆଗ୍ରହ ଡିଜିଟାଲ କଣ୍ଟେଟ ଆଡକୁ ରହିଛି। ଏମିତିରେ ଗ୍ରାହକଙ୍କୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇବା ପ୍ରସ୍ତୁତିରେ ରହିଛି କମ୍ପାନି।

Nokia_Airtel-

ଏହା ବିଷୟରେ ଏୟାରଟେଲର ସିଇଓ କହିଛନ୍ତି, ମୋବାଇଲ ବ୍ରୋଡବ୍ରାଣ୍ଡର ବଢ଼ୁଥିବା ଚାହିଦା ଏବଂ ବିଶ୍ବସ୍ତରୀୟ ଡିଜିଟାଲ ସେବାକୁ ଉପଲବ୍ଧ ପାଇଁ ଟ୍ରାନ୍ସପୋର୍ଟ ସେବାକୁ ଅପଗ୍ରେଡ କରାଯିବା ଜରୁରୀ। ଏହାଛଡ଼ା ନୋକିଆ ଆମ ସହ ଖୁବ୍ ସମୟରୁ ଯୋଡି ହୋଇ ରହିଛି। ଏବଂ ଆମେ ୫ଜି ସର୍ଭିସ ପାଇଁ ମଧ୍ୟ ନୋକିଆର ସାହାଯ୍ୟ ଲୋଡ଼ୁଛୁ।

ନିଶ୍ଚିତ ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକ ନିକଟରେ ଥିବା ଏକ ଦୋକାନରେ ମୋବାଇଲ୍ ଫାଟି ଯୁବକ ଆହତ

ନୋକିଆର ହେଡ ଅଫ ଇଣ୍ଡିଆ ମାର୍କେଟ ସଞ୍ଜୟ ମଲ୍ଲିକ କହିଛନ୍ତି, ଆଗକୁ ହେବାକୁ ଥିବା ୫ଟି ଟ୍ରାଏଲକୁ ନେଇ ଏୟାରଟେଲ ତାହାର ନେଟୱାର୍କକୁ ମଜବୁତ କରିଛି। ଏହାପରେ ଗ୍ରାହକଙ୍କ ଲୋକପ୍ରିୟତା ଦେଖି ୫ଜି ସର୍ଭିସକୁ ଖୁବ୍ ଆରମ୍ଭ କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.