ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ; ୩ ମୃତ, ୬ ଗୁରୁତର

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଦାସୀଗାଁ ନିକଟ ଚିକିଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ମୃତ, ୬ ଗୁରୁତର ।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଦାସୀଗାଁ ନିକଟ ଚିକିଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ମୃତ, ୬ ଗୁରୁତର । ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଥୁଆମୂଳ ରାମପୁର ବ୍ଲକର ବୋଲି ସୂଚନା ମିଳିଛି। କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦାସୀଗାଁ ନିକଟ ଚିକିଲି ଛକରେ ଘଟିଛି ଏଭଳି ଅଘଟଣ । ଗୁରୁତରଙ୍କୁ କଲମପୁର ସିଏଚସିରେ ଭର୍ତ୍ତି କରାଯାଇଥିଲା । ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.