Below header

ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୨ ଗୁରୁତର

ବାଲେଶ୍ୱର ଜିଲ୍ଲା ସୋର ଜଗନ୍ନାଥ ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଅଜଣା ଗାଡି ସହ ଧକ୍କା ହେଲା ୪୦୭ ମିନିଟ୍ରକ୍‌ । ମୃତକ ୨ଜଣ ହେଲେ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର ।

ସୋର (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ସୋର ଜଗନ୍ନାଥ ଢ଼ାବା ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏକ ହାଇଓ୍ଵାକୁ ଟ୍ରକ୍‌ ପଛରୁ ଧକ୍କା ଦେବାକରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଛନ୍ତି । ମୃତକ ଦୁଇଜଣ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆଜି ଭୋର ସମୟରେ ଏକ ଟ୍ରକ୍‌ କୁକୁଡା ଆଣିବାକୁ କୋଲକାତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ସୋର କଲେଜ ଛକ ନିକଟରେ ରାସ୍ତାକଡରେ ହାଇଓ୍ଵା ଠିଆ ହୋଇଥିଲା । ଟ୍ରକଟି ଭାରସାମ୍ୟ ହରାଇ ହାଇଓ୍ଵା ପଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.