ସୋରରେ ମହିଳାଙ୍କଠାରୁ ଲୁଟ୍‌ ଉଦ୍ୟମ ବିଫଳ, ପୋଲିସ ହାତରେ ଧରା ପଡିଲେ ୫ ଡକାୟତ

ସୋର(କେନ୍ୟୁଜ୍) : ଡକାୟତ ଉଦ୍ୟମ କରି ବିଫଳ ହେଲେ। ଆଉ ଶେଷରେ ପୋଲିସ ହାତରେ ଧରା ପଡିଲେ ୫ ଡକାୟତ। ତେବେ ସେମାନଙ୍କ ଭିତରୁ ଜଣେ ଫେରାର ହୋଇଯାଇଛି। ସୋର ଡାଲଙ୍ଗ ନିକଟରେ ଫାଇନାସ୍‌ କଂପାନୀରେ କାମ କରୁଥିବା ମହିଳା କର୍ମଚାରୀଙ୍କଠାରୁ ଲୁଟ୍‌ ଉଦ୍ୟମ କରିଥିଲେ ଡକାୟତ। କିନ୍ତୁ ସ୍ଥାନୀୟ ଲୋକ ପହଞ୍ଚିଯିବାରୁ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ, ପୋଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଡକାୟତି ଗ୍ୟାଙ୍ଗର ମୁଖ୍ୟ ସରୋଜ ମଲ୍ଲିକ ଓରଫ ସାପ ଫେରାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.