ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଡ.ଏସ୍‌ ଓ୍ଵାଇ କ୍ୟୁରେସିଙ୍କ ସାଲ୍ୟୁଟ୍‌

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଡ.ଏସ୍‌ ଓ୍ଵାଇ କ୍ୟୁରେସିଙ୍କ ସାଲ୍ୟୁଟ୍‌ । କ୍ୟୁରେସି କହିଛନ୍ତି ହେଲିକପ୍ଟର ଯାଞ୍ଚରେ ସହଯୋଗ କରି ନବୀନ ରାଷ୍ଟ୍ରନୀତିଜ୍ଞର ବ୍ୟବହାର ଦେଖାଇଥିଲେ । ଏହା ଦ୍ୱାରା ନବୀନଙ୍କ ପ୍ରତିଷ୍ଠା ବଢିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଯାଞ୍ଚ ପ୍ରସଙ୍ଗରେ ମତ ରଖିଛନ୍ତି ଡ.ଏସ୍‌ ଓ୍ଵାଇ କ୍ୟୁରେସି । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ଭାବମୂର୍ତ୍ତୀ ସଜାଡିବା ପାଇଁ ଏହା ସୁଯୋଗ ଥିଲା । କିନ୍ତୁ ବଡ଼ ସୁଯୋଗ ହରାଇଲେ ନିର୍ବାଚନ କମିଶନ । ହେଲିକପ୍ଟର ଯାଞ୍ଚ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା । ଏହି ଘଟଣାରେ ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ କର୍ଣ୍ଣାଟକ କ୍ୟାଡରର IAS ଅଫିସର ମହମ୍ମଦ ମହସିନଙ୍କୁ ନିର୍ବାଚନ କମିଶନ ନିଲମ୍ବନ କରିଛନ୍ତି । ସେପଟେ ଜାତୀୟ ଗଣମାଧ୍ୟମ NDTVର ଏକ କାର୍ଯ୍ୟକ୍ରମରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ ଓ ଐତିହାସିକ ରାମଚନ୍ଦ୍ର ଗୁହା ।

Leave A Reply

Your email address will not be published.