Below header

ସବୁଜ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ୍‌ ଜିଲ୍ଲା ମନମୁଣ୍ଡାର ଦେଉଳିଠାରେ ତେଲ୍‌ନଦୀ କୂଳରେ ଗ୍ରୀନ୍‌ ମହାନଦୀ ମିଶନରେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ବୌଦ୍ଧ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଚାରା ଲଗାଯାଇଛି ।ଏହାପରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବନ ବିଭାଗ ପକ୍ଷରୁ ମହାନଦୀ କୂଳରେ ସବୁଜ ମହାନଦୀ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସବୁଜ ମହାନଦୀ ପଦଯାତ୍ରା ଓ ରଥର ଶୁଭାରମ୍ଭ ହୋଇଛି । ସବୁଜ ମହାନଦୀର ଲୋଗୋକୁ ଉନ୍ମୋଚନ କରିବା ସହ ମହାନଦୀର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ବୋଲି ନବୀନ କହିଥିଲେ ।

chief ministerଏଥିସହ ରୟାଲ ପଡ଼ିଆରେ ୩ଶହ କୋଟି ଟଙ୍କାରେ ୨୩ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବାଚସ୍ପତି ପ୍ରଦୀପ ଅମାତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ କଳିକେଶ ସିଂହଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ଜୀବନରେଖା ମହାନଦୀର ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ସବୁଜ ମହାନଦୀ ମିଶନ ହେଉଛି ମୁଖ୍ୟମନ୍ତ୍ରୀଙ୍କର ଅଭିନବ ପରିକଳ୍ପନା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କ଼ଡ଼ାକଡ଼ି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.