ମବ୍ ଲିଞ୍ଚିଙ୍ଗ୍ ଚିନ୍ତା, ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଗଠନ କଲେ ଦୁଇଟି କମିଟି

ନୂଆଦିଲ୍ଲୀ: ମବ୍ ଲିଞ୍ଚିଙ୍ଗ୍ ରୋକିବାକୁ କଣ କରାଯିବା ଉଚିତ। ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି କି? ଏସବୁର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଦୁଇଟି କମିଟି। କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହାସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି। ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ଅନୁଧ୍ୟାନ କରିବ ମନ୍ତ୍ରୀ ସ୍ତରୀୟ କମିଟି।

lynchingରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଦସ୍ୟ ଅଛନ୍ତି। ମନ୍ତ୍ରୀ ସ୍ତରୀୟ କମିଟି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବ। ଦେଶରେ ମବ୍ ଲିଞ୍ଚିଙ୍ଗ ସଂଖ୍ୟା ବଢି ବଢି ଚାଲିଛି।

ଅନିୟନ୍ତ୍ରିତ ଭିଡ଼ର ହିଂସାକୁ ନେଇ ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଥିଲେ। ନୂଆ ଆଇନ ଗଠନ ନେଇ ବିଚାର କରିବାକୁ କହିଥିଲେ। ଏହାସହ ବଢୁଥିବା ହିଂସାକୁ ନେଇ ବିରୋଧୀ ସରକାରଙ୍କୁ ବାରମ୍ବାର ଘେରୁଛନ୍ତି। ଶେଷରେ ଏହାକୁ ରୋକିବାକୁ କଣ କରାଯାଇ ପାରିବ, ତାର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର କମିଟି ଗଠନ କରିଛନ୍ତି।

Leave A Reply

Your email address will not be published.